କାହିଁକି PSL ବଦଳରେ IPL ଖେଳିବାକୁ ମନ ବଳାଉଛନ୍ତି ପାକିସ୍ତାନୀ କ୍ରିକେଟର ? ମହମ୍ମଦ ଅମୀର କହିଲେ..

1 min read

ନନ୍ଦିଘୋଷ ବ୍ୟୁରୋ: ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ IPL ସହ ପାକିସ୍ତାନ ସୁପର ଲିଗ୍ ମଧ୍ୟ ଚାଲିଛି । ଏହା ପ୍ରଥମଥର ହେଉଛି । ଆଇପିଏଲକୁ ଟକ୍କର ଦେବାକୁ ପାକିସ୍ତାନ ଏଭଳି କରିଛି । ତେବେ ବହୁ ବିଦେଶୀ ଖେଳାଳି ପିଏସଏଲରୁ ନିଜର ନାମ ପ୍ରତ୍ୟାହାର କରିଝନ୍ତି । କେବଳ ଆଇପିଏଲ ଖେଳିବା ପାଇଁ ବିଦେଶୀ ଖେଳାଳିମାନେ ପିଏସଏଲରୁ ନିଜର ନାମ ପ୍ରତ୍ୟାହାର କରିଛନ୍ତି ।  ତେବେ ପାକିସ୍ତାନର ପୂର୍ବତନ ପେସର ବୋଲର ମହମ୍ମଦ ଅମୀରଙ୍କ ଏକ ପ୍ରଶ୍ନ ପଚରା ଯାଇଥିଲା । ତାଙ୍କୁ କୁହାଯାଇଥିଲା କି, ଆପଣ ଏକା ସମୟରେ ଆଇପିଏଲ ଏବଂ ପିଏସଏଲ ଖେଳାଯାଉଛି । ତେବେ ଯଦି ସୁଯୋଗ ମିଳେ ତାହେଲେ କେଉଁଠି ଖେଳିବାକୁ ପସନ୍ଦ କରିବେ ? ଏହାର ଉତ୍ତରରେ ସେ କହିଥିଲେ କି, ଆଇପିଏଲ ଖେଳିବାକୁ ପସନ୍ଦ କରିବି ।

ଟଙ୍କା, ଅଭିଜ୍ଞତା ଏବଂ ଗୁଣବତ୍ତା ଦୃଷ୍ଟିରୁ ଆଇପିଏଲ ପିଏସଏଲ ଦୃଷ୍ଟିରୁ ବହୁତ ଭଲ । ଏହାସହ ଏବେ ଆଇପିଏଲ ଖେଳିବା ପାଇଁ ପ୍ରାୟ ସମସ୍ତ ଖେଳାଳିଙ୍କ ସ୍ବପ୍ନ ରହିଛି । ଏଣୁ ମୋର ମଧ୍ୟ ଏହା ଏକ ସ୍ବପ୍ନ ଯଦି ମୋତେ ସୁଯୋଗ ମିଳେ ତାହେଲେ ନିଶ୍ଚିତ ଭାବେ ଆଇପିଏଲରେ ଭାଗ ନେବି । ସେପଟେ ଏହି ପୋଡକାଷ୍ଟରେ ଅମୀର କହିଛନ୍ତି କି, ଏବେ ତାଙ୍କ ପାଖରେ ପାକିସ୍ତାନର ନାଗରିକତା ରହିଛି । ଆସନ୍ତା ବର୍ଷକୁ ସେ ବିଦେଶୀ ନାଗରିକତା ହାସଲ କରିବେ । ଏଣୁ ଯଦି ସୁଯୋଗ ମିଳେ ତାହେଲେ ସେ ଆଇପିଏଲରେ ଭାଗ ନେବେ ।