‘ଦେଶବାସୀ ରାହୁଲଙ୍କୁ ଯୋଗ୍ୟ ଭାବୁ ନାହାଁନ୍ତି’, ଜାଣନ୍ତୁ କ’ଣ କହିଲେ ରାମଚନ୍ଦ୍ର ଗୁହା….

ରାହୁଲ ପ୍ରଥମେ ହିନ୍ଦୀ କହିବା ଶିଖନ୍ତୁ । ୧୫ ବର୍ଷ ଆମେଠୀରୁ ନିର୍ବାଚିତ ହେବା ପରେ ମଧ୍ୟ ଭଲ ଭାବେ ହିନ୍ଦୀ ନକହିପାରିବା ନିହାତି ପକ୍ଷେ ଅଗ୍ରହଣୀୟ କଥା । ସାଧାରଣରେ ଲୋକେ ଯେଉଁ ଭାଷାରେ କହୁଛନ୍ତି ସେଭଳି ଭାଷାରେ ଲୋକଙ୍କ ସହ କଥା ନହେଲେ ଜଣେ ବ୍ୟକ୍ତି ଓ ବିଶେଷ ଭାବେ ଜଣେ ନେତା ଗ୍ରହଣୀୟ ହେବାର ପ୍ରଶ୍ନ ମଧ୍ୟ ଉଠୁନି । ଏଭଳି ମନ୍ତବ୍ୟ ରଖିଛନ୍ତି ଇତିହାସକାର ତଥା  ପ୍ରସିଦ୍ଧ ଲେଖକ ରାମଚନ୍ଦ୍ର ଗୁହା । ସେ କହିଛନ୍ତି ଦେଶର ଶାସନ ବ୍ୟବସ୍ଥାରେ ବସିଥିବା ନରେନ୍ଦ୍ର ମୋଦି ଜଣେ ଅଗଣତାନ୍ତ୍ରିକ ବ୍ୟକ୍ତି, ଏଥିରେ ସନ୍ଦେହ ନାହିଁ । ମାତ୍ର ମୋଦିଶାସନକୁ ସିଧାସଳଖ ଭାବେ ଆହ୍ୱାନ ଦେଇ ରାଜନୀତିକ ପଟ୍ଟଚିତ୍ର ବଦଳାଇର ଦକ୍ଷତା ଏଯାବତ୍ ରାହୁଲ ଗାନ୍ଧୀଙ୍କ ପାଖରେ ନାହିଁ । ସେ ଏପର୍ଯ୍ୟନ୍ତ ଭଲ ଭାବେ ହିନ୍ଦୀ ମଧ୍ୟ କହିପାରୁନାହାନ୍ତି । ଇଂରାଜୀରେ କଥା ହେବା ଦ୍ୱାରା ଲୋକଙ୍କ ପାଖରେ ତାଙ୍କ ଭାଷା ପହଞ୍ଚିପାରୁନି ।

କୌଣସି ସାମ୍ୱାଦିକ ସହ ଆଲୋଚନା କରିବା ବେଳେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ନିରବଚ୍ଛିନ୍ନ ଭାବେ ହିନ୍ଦୀ କହିବାରେ ସେ ଏପର୍ଯ୍ୟନ୍ତ ସ୍ୱୟଂ ସମ୍ପୂର୍ଣ୍ଣ ନୁହେଁ । କଂଗ୍ରେସ ଦଳ ପାଖରେ ନେତୃତ୍ୱର ଅଭାବ ସବୁଠାରୁ ବଡ ସମସ୍ୟା ହୋଇ ଉପୁଜିଥିବା ବେଳେ ରାହୁଲ ଗାନ୍ଧୀ ଏହାର ବିକଳ୍ପ ହେବାରେ ବିଫଳ ହେଉଛନ୍ତି । ସେହିଭଳି ଲୋକସଭାରୁ ନିର୍ବାଚିତ ହୋଇ ବାରମ୍ଭାର ସଂସଦକୁ ଯାଉଛନ୍ତି । କଂଗ୍ରେସ ଶାସନ କାଳରେ ତାଙ୍କ ପାଖରେ ମନ୍ତ୍ରୀ ପରିଷଦକୁ ଯିବାର ସୁଯୋଗ ମଧ୍ୟ ଥିଲା । ମାତ୍ର ସେ ଏଭଳି କରି ନାହାନ୍ତି । ଏଭଳି ହେବା ଦ୍ୱାରା ଦେଶରେ ଏକ ମାନସିକତା ମଧ୍ୟ ପ୍ରଚାରିତ ହେଉଛି ଯେ ତାଙ୍କ ପାଖରେ ପ୍ରଶାସନିକ ଦକ୍ଷତା କିମ୍ୱା ଦେଶ ଚଳାଇବାର ସାମର୍ଥ୍ୟ ନାହିଁ ।

Leave a Reply