ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି: କହିଲେ,‘କୃଷକଙ୍କ କାନ୍ଧରେ ବନ୍ଧୁକ ଚଳାଉଛନ୍ତି ବିରୋଧୀ’

କଚ୍ଛ: କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଉଛନ୍ତି ବିରୋଧୀ । କୃଷକଙ୍କ ଦୀର୍ଘ ଦିନର ଦାବିକୁ ପୂରା କରିଛନ୍ତି ସରକାର । କିନ୍ତୁ ଆଜି ବିରୋଧୀ ଆସନରେ ବସି ଚାଷୀଙ୍କୁ ଭ୍ରମିତ କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ମଙ୍ଗଳବାର ଗୁଜରାଟର କଚ୍ଛରେ ବିଶ୍ୱର ସର୍ବବୃହତ ପୁନଃ ନବୀକରଣ ଶକ୍ତି ପାର୍କର ଶିଳାନ୍ୟାସ ଅବସରରେ ସେ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, କିଛି ଲୋକ ରାଜନୀତି କରୁଛନ୍ତି ଏବଂ କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଲାଉଛନ୍ତି । କିନ୍ତୁ ଦେଶର କୃଷକ ସେମାନଙ୍କୁ ପରାସ୍ତା କରିବେ ।

ଦିଲ୍ଲୀ ପାଖାପାଖି କୃଷକଙ୍କୁ ଭୟଭୀତ କରିବାକୁ ଷଡ଼ଯନ୍ତ୍ର ଚାଲିଛି । ସେ କୃଷି ବିଲ୍ ସମ୍ପର୍କରେ ଲୋକଙ୍କୁ ବୁଝାଇବାକୁ ଯାଇ କହିଛନ୍ତି ଯେ, ‘କେହିଁ ଆପଣଙ୍କ ଠାରୁ ଦୁଗ୍ଧ ନେବା ପାଇଁ ଚୁକ୍ତି କରେ, ତା’ ମାନେ କ’ଣ ଗାଇ ନେଇକି ଚାଲିଯିବ? ପଶୁପାଳନ ନେଇ ଯେଭଳି ସ୍ୱତନ୍ତ୍ରତା ମିଳିଛି, ସେଭଳି ସ୍ୱତନ୍ତ୍ରତା ଆମେ କୃଷକଙ୍କୁ ଦେବାକୁ ଚାହୁଁଛୁ । ବହୁ ବର୍ଷ ଧରି କୃଷକ ସଂଗଠନ ଏ ନେଇ ଦାବି କରିଆସୁଥିଲେ  । କିନ୍ତୁ ବର୍ତ୍ତମାନ ବିରୋଧୀ କୃଷକଙ୍କୁ ଭ୍ରମିତ କରୁଛନ୍ତି ।

କଂଗ୍ରେସକୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  ନିଜ ଶାସନ ସମୟରେ ସମାନ କଥା କହୁଥିଲେ, କିନ୍ତୁ ଏବେ ବିରୋଧୀ ଆସନରେ ବସି ଲୋକଙ୍କୁ ଭ୍ରମିତ କରୁଛନ୍ତି । ସରକାର କୃଷକଙ୍କ ଦୀର୍ଘ ଦିନର ଦାବି ପୂରଣ କରିବା ଲାଗି ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । କୃଷକଙ୍କ ଆୟ ବଢ଼ୁ, ସମସ୍ୟା କମୁ  । ଏହି ଉଦ୍ଦେଶ୍ୟରେ ଆଇନ ପ୍ରଣୟନ ହୋଇଛି । ଏବଂ ଏ ନେଇ ଦେଶର ପ୍ରତି କୋଣ ଅନୁକୋଣର କୃଷକ ଆର୍ଶୀବାଦ ଦେଇଛନ୍ତି । ଆର୍ଶୀବାଦର ଶକ୍ତି, ଭ୍ରମିତ କରୁଥିବା ରାଜନୀତି କରୁଥିବା, କୃଷକଙ୍କ କାନ୍ଧରେ ବନ୍ଧୁକ ଚଳାଉଥିବା ଲୋକଙ୍କୁ ଦେଶର କୃଷକ ପରାସ୍ତ କରିବେ ।

Leave a Reply