ମୋ ବସ ହେବ ଇଲେକ୍ଟ୍ରିକ ବସ୍

1 min read

ନନ୍ଦିଘୋଷ ବ୍ୟୁରୋ: ଆଗାମୀ ଦିନରେ ସବୁ ମୋ ବସ ଗୁଡିକ ଇଲେକ୍ଟ୍ରିକ ବସ ହେବ । ଏବେ ୪ଶହରୁ ଅଧିକ ଡିଜେଲ ଚାଳିତ ବସ ଚାଲୁଛି ।  ମୋ ବସ ଯାତ୍ରୀଙ୍କ ପାଇଁ ଉନ୍ନତ ମାନର ଅନଲାଇନ ପେମେଣ୍ଟ ସିଷ୍ଟମ ଉପରେ ଧ୍ୟାନ ଦିଆଯିବ। ୫ ବର୍ଷ ହେଲା ମୋ ବସ ଭଲ ପ୍ରଦର୍ଶନ କରୁଛି । ଏବେ ୪୬୩ ବସ ଚାଲୁଛି । ତା ମଧ୍ୟରୁ ୬୩ଟି ଇ-ବସ ରହିଛି । ଆଗକୁ ସବୁଗୁଡିକ ଇ-ବସ ଚାଲିବ । ଭୁବନେଶ୍ୱରରେ ଶହେ, କଟକରେ ଶହେ, ସମ୍ବଲପୁରରେ ୫୦ ଓ ରାଉରକେଲାରେ ଶହେ ଇ-ବସ ଚାଲିବା ନେଇ ଯୋଜନା ହେଉଛି । ଇ-ବସ ଡିପୋକୁ ଅଧିକ ଉନ୍ନତ କରାଯିବ । ଉନ୍ନତ ଜ୍ଞାନ କୌଶଳ ବ୍ୟବହାର ହେବ । ସୁରକ୍ଷା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି CRUTର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା । ୨୦୧୮ରୁ ଏହି ସେବା ଆରମ୍ଭ ହୋଇଥିଲା । ଆମେରିକାରୁ ପୁରସ୍କାର ପାଇଛି । ଲୋକଙ୍କ ଯାତ୍ରା ଓ ସେବା ପାଇଁ ଆଉ କଣ କରାଯାଇପାରିବ ସେ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା ହେବ।  ବସ ଡିପୋରେ ସୋଲାର ବିଦ୍ୟୁତ କରଣ ହୋଇଛି । ଲୋକଙ୍କ ପାଇଁ ଡିଜିଟାଲ କାର୍ଡ କରାଯାଇଛି।  ବସ ଯେଉଁ ପ୍ରକାର ଭିଡ଼ ହେଉଛି, ଲୋକଙ୍କୁ ଟିକେ ଅସୁବିଧା ହେଉଛି। ଆଗାମୀ ତିନିରୁ ରୁ ୬ ମାସ ଭିତରେ ନୁଆ ବସ ଆସିବା ଦ୍ୱାରା ଭିଡ଼ କମିବ। ଚୋରି ଓ ପକେଟ ମାର ଉପରେ ରୋକ ଲାଗାଯିବ। ଯେଉଁ ମାନେ ଜିନିଷ ଛାଡି ଦେଉଛନ୍ତି , ସେମାନଙ୍କୁ ଫେରାଇ ଦିଆ ଯାଉଛି ବୋଲି CRUTର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ।