ଗର୍ଭବତୀଙ୍କୁ ୫ କିଲୋମିଟର କାନ୍ଧରେ ବୋହିଲେ ବିଧାୟକ

ନବରଙ୍ଗପୁର: ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ । ଗର୍ଭବତୀଙ୍କୁ ୫କିଲୋମିଟର କାନ୍ଧରେ ବୋହି ଚର୍ଚ୍ଚାରେ ବିଧାୟକ ମନୋହର ରନ୍ଧାରୀ । ମଇଦଲପୁର ପଞ୍ଚାୟତ କୁସୁମୁଖୁଣ୍ଟିରେ ଜେମା ବେହେରା ପ୍ରସବ ବେଦନାରେ ଛଟପଟ ହେଉଥିଲେ । ଖବରପାଇ ବିଧାୟକ ଗାଁରେ ପହଁଚିଥିଲେ ।

ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଁଚି ପାରିନଥିଲା । ଗାଁଲୋକଙ୍କ ସହ ବିଧାୟକ ମହିଳା ଜଣଙ୍କୁ ୫କିଲୋମିଟର କାନ୍ଧରେ ବୋହି ରାସ୍ତା ଉପରକୁ ଆଣିଥିଲେ ।

ପରେ ତାଙ୍କୁ ନିଜ ଗାଡ଼ିରେ ନେଇ ମଇଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ବିଧାୟକଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିଛନ୍ତି ।

Leave a Reply