କୋଭିଡ୍ ଯୁଦ୍ଧରେ ମିଶନ ଶକ୍ତିର ଯୋଗଦାନ ଉଲ୍ଲେଖନୀୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟରେ କୋଭିଡ୍ ନିୟନ୍ତ୍ରଣ ଓ ଅର୍ଥନୀତି ପୁନରୁଦ୍ଧାର ବିଷୟରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

 

ସ୍ୱୟଂ ସହାୟକ ଗୋଷ୍ଠୀମାନେ କୋଭିଡ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ସୂଚନା ଦେଇଛନ୍ତି । ଏଭଳି ବିପଦ ସମୟରେ ସ୍ୱୟଂ ସହାୟକ ମହିଳା ମାନଙ୍କର ଯୋଗଦାନ ଉଲ୍ଲେଖନୀୟ । ମିଶନ ଶକ୍ତିର ମହିଳା ମାନେ ୫୦ ଲକ୍ଷରୁ ଅଧିକ ମାସ୍କ ତିଆରି କରିଥିବା ବେଳେ ସେଥିରୁ ୪୬ ଲକ୍ଷରୁ ଅଧିକ ମାସ୍କ ବଣ୍ଟନ କରିଛନ୍ତି । ସେହିପରି ମାଗଣା ରନ୍ଧା ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ଦେଇ ୧.୬ କୋଟି ମିଲ୍‌ ଯୋଗାଇ ଦେଇଛନ୍ତି ।

ଖାଲି ସେତିକି ନୁହେଁ ସେମାନେ ହସ୍‌ପିଟାଲ ଖାଦ୍ୟ ଯୋଗାଣ ସହ ମାଛ ଚାଷ, କୃଷି, ପରିବାର ଗୁଡିକୁ ସିଧାସଳଖ ରାସନ ଯୋଗାଣ ଆଦି କାର୍ଯ୍ୟରେ ଯୋଗ ଦେଇଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୩୦୦ କୋଟି ଟଙ୍କାର ସୁଧମୁକ୍ତ ଋଣ ଦିଆଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି । ବିଭିନ କ୍ଷେତ୍ରରେ ଶ୍ରମଭିତ୍ତିକ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

 

ଜଳସଂପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଜଲ ବିଭାଗ ପକ୍ଷରୁ ଏ ଦିଗରେ କାର୍ଯ୍ୟ ଆରମ୍ଭ କରାଯାଇଛି । ଆଗାମୀ ଏକ ମାସରେ ଦିନକୁ ଏକ ଲକ୍ଷ ଲୋକଙ୍କୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ନିୟୋଜିତ କରାଯିବ ବୋଲି ସୂଚନା ଦିଆଯାଇଛି ।

ଆସନ୍ତା ଏକ ସପ୍ତାହ ମଧ୍ୟରେ କୋଭିଡ୍ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବଢ଼ିବ

Leave a Reply