ଛକରେ ବସିଥିବା ବେଳେ ଯୁବକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଗର୍ଜିଲା ବନ୍ଧୁକ । ନିକିରାଇ ଥାନା ସଦାନନ୍ଦପୁର ଛକରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ସଦାନନ୍ଦପୁର ଛକରେ ବସିଥିବା ସମୟରେ ସ୍ଥାନୀୟ ରଘୁଦେଇପୁର ଗାଁର ଅଜୟ ପତିଙ୍କୁ ୨ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ । ଅଜୟ ପତିଙ୍କ ହାତରେ ଗୁଳି ବାଜିଛି ।
ଅଜୟ ପତିଙ୍କ ଘର ଡେରାବିଶ ବ୍ଲକ ରଘୁଦେଇପୁର ଅଞ୍ଚଳରେ ହୋଇଥିବା ବେଳ ସେ କୌଣସି କାମରେ ନିକିରେଇ ଥାନା ସଦାନନ୍ଦପୁର ଛକ ନିକଟକୁ ଆସିଥିଲେ । ଏହି ସମୟରେ ତାଙ୍କ ଉପରକୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର୍ ହୋଇ ଯାଇଛନ୍ତି । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ।