ସାପ ଧରି ନେଲକଟରରେ ଦାନ୍ତ ଭାଙ୍ଗିଦେଲେ, ଭିଡିଓ ଭାଇରାଲ
1 min read
ବଲାଙ୍ଗୀର: ପୁଇଁତଳା ବ୍ଳକ ଅନ୍ତର୍ଗତ ବିଲେଇସର୍ଡା ଗାଁରେ ନାଗ ସାପ ଧରି ତାର ଦାନ୍ତ ଭାଙ୍ଗୁଥିବା ଭିଡିଓ ଭାଇରାଲ୍ ହୋଇଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ବନବିଭାଗ ବିଭିନ୍ନ ଯୋଜନା କରୁଛି । ହେଲେ ଏଭଳି ଅମାନବୀୟ ଭିଡିଓ ଭାଇରାଲ୍ ପରେ ବନ ବିଭାଗ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଏକ ଘଟଣା ଘଟିଛି ପୁଇଁତଳା ବ୍ଲକ ବିଲେଇସରଡା ଗାଁରେ ।
ଜଣେ ବ୍ୟକ୍ତି କିଛି ଲୋକଙ୍କ ଆଗରେ ଅତି ନୃଶଂସ ଭାବରେ ସାପ ଦାନ୍ତ ନେଲକଟର ସାହାଯ୍ୟରେ ଗୋଟିଏ ପରେ ଗୋଟିଏ ଦାନ୍ତ ସାପର ବାହାର କରାଯାଉଛି । ପାଖରେ ଥିବା ଲୋକ ତାହାର ମଜା ନେଉଛନ୍ତି । ଯୁବକ ଜଣଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ସେ କଣ ପାଇଁ ସାପକୁ ଏଭଳି ନିର୍ଯ୍ୟାତନା ଦେଉଛନ୍ତି ତାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ଏନେଇ ଲୋଇସିଂହା ବନ ବିଭାଗ କୌଣସି ଅଭିଯୋଗ ଆସିନଥିବା କହୁଥିବା ବେଳେ ବଲାଙ୍ଗୀର ଡିଏଫଓ ନୀତିଶ କୁମାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି I