ସ୍ବପ୍ନାଦେଶ ପରେ ଶିଶୁପୁତ୍ରକୁ ଟେକି ନେଇଥିଲେ, ଅଳ୍ପକେ ବର୍ତ୍ତିଗଲା ଜୀବନ

ଦେବଗଡ: ଆଧୁନିକ ସମାଜରେ ବି ବଞ୍ଚିରହିଛି ଅନ୍ଧବିଶ୍ବାସର କୁପ୍ରଥା । ସ୍ବପ୍ନାଦେଶ ପରେ ଶିଶୁପୁତ୍ରକୁ ବଳି ଉଦ୍ୟମ । ଦେବଗଡ଼ ଥାନା ଅଧୀନ ଖଣ୍ଡାଧୂଆଁ ଗାଁରେ  ଘଟିଛି ଅଘଟଣ। ୬ ବର୍ଷର ଶିଶୁପୁତ୍ରକୁ ବଳି ଉଦ୍ୟମ କରିଥିବା ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ ଛେଣ୍ଡିପଦା ଥାନା ଅଞ୍ଚଳର ତ୍ରିନାଥ ବେହେରା, ଖଣ୍ଡାଧୂଆଁ ଗ୍ରାମର ନିରଞ୍ଜନ ବେହେରା ଓ ତାଙ୍କ ସ୍ତ୍ରୀ ବନିତା ବେହେରା ।

ଖଣ୍ଡାଧୂଆ ଗ୍ରାମର ମୁକେଶ କୁମାର ନାଏକଙ୍କ ପୁଅକୁ ବଳି ପକାଇବାକୁ ଅଭିଯୁକ୍ତମାନେ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଶିଶୁପୁତ୍ରକୁ ପଚରାଉଚରା କରୁଛି । ଅପହରଣ ଓ ହତ୍ୟା ଷଡଯନ୍ତ୍ର ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।