ଘରୁ ଡାକିନେଇ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଥାନାରେ ଅଟକ

ବାଲିଗୁଡ଼ା: କନ୍ଧମାଳରେ ପୁଣି ଲଜ୍ୟା । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଗତକାଲି ରାତିରେ ତୁମୁଡ଼ିବନ୍ଧ ରାମପୁର ଛକରେ ନବମ ଶ୍ରେଣୀ ଛାତ୍ରୀକୁ ପଡ଼ୋଶୀ ବ୍ୟକ୍ତି ଦୁଷ୍କର୍ମ କରିଥିବା ପିଡିତାଙ୍କ ପରିବାର ପକ୍ଷରୁ ତୁମୁଡ଼ିବନ୍ଧ ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟାରୁ ୧୦ଟା ସମୟରେ ପିଡ଼ିତା ଘରବାରଣ୍ଡାରେ ଏକୁଟିଆ ବସିଥିଲେ । ଏହା ଦେଖି ପଡ଼ୋଶୀ ଶମ୍ଭୁ ମହାରଣା ନାମକ ଜଣେ ବ୍ୟକ୍ତି ପିଡ଼ିତାକୁ ଅନ୍ୟତ୍ର ଏକ ସ୍ଥାନକୁ ଡାକି ନେଇଥିଲା । ଆଉ ସେଠାରେ ଦୁଷ୍କର୍ମ କରିଥିଲା । ପିଡ଼ିତାଙ୍କ ପାଟିଶୁଣି ତାଙ୍କ ମା’ ଘରୁ ବାହାରି ଆସି ପିଡ଼ିତାଙ୍କୁ ଉଦ୍ଧାର କରିଥିଲେ ।

ପରେ ଏନେଇ ତମୁଡ଼ିବନ୍ଧ ଥାନାରେ ପିଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ଅଭିଯୁକ୍ତକୁ ପୋଲିସ ଥାନାରେ ଅଟକରଖି ତଦନ୍ତ ଆରମ୍ଭ କରିଛି ।

Leave a Reply