ଜମ୍ମୁ ବାୟୁସେନା ଷ୍ଟେସନରେ ଆକ୍ରମଣର ତଦନ୍ତ କରିବ NIA

1 min read
Ministry of Home Affairs hands over Jammu Air Force Station attack case to National Investigation Agency

ନୂଆଦିଲ୍ଲୀ: ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ରବିବାର ରାତିରେ ହୋଇଥିବା ଡ୍ରୋନ୍ ଆକ୍ରମଣର ତଦନ୍ତ ଭାର NIAକୁ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏବେ ଏହି ପୂରା ମାମଲାର ତଦନ୍ତ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି କରିବ । ଏନଆଇଏ ଜମ୍ମୁ-କାଶ୍ମୀର ପୋଲିସ ଠାରୁ ମାମଲାର ତଦନ୍ତ ବେଳେ ମିଳିଥିବା ଦସ୍ତାବିଜକୁ ଗ୍ରହଣ କରୁଛି । ଖୁବଶୀଘ୍ର ଏନଆଇଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବ ।

ଏହା ପୂର୍ବରୁ ସ୍ଥାନୀୟ ପୋଲିସ ଓ ବାୟୁ ସେନା ଅଧିକାରୀଙ୍କ ସହ ଏନଆଇଏ, ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ ସହିତ କେତେକ ସୁରକ୍ଷା ଏଜେନ୍ସି ଆତଙ୍କବାଦୀ ଆକ୍ରମଣ ନେଇ ଯାଞ୍ଚ କରିଥିଲେ । ତଦନ୍ତକାରୀ ଏଜେନ୍ସି ଆତଙ୍କବାଦୀ ଆକ୍ରମଣ ଦିଗକୁ ନେଇ ଯାଞ୍ଚ କରିଛନ୍ତି । ତେବେ ଡ୍ରୋନ୍ ଆକ୍ରମଣର ୪୮ ଘଣ୍ଟା ପରେ ମଧ୍ୟ କୌଣସି ଠୋସ୍ ପ୍ରମାଣ ମିଳିନାହିଁ । ଯାହା ପରେ ଏନଆଇଏକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ।

ରବିବାର ଜମ୍ମୁ-କାଶ୍ମୀର ଏୟାରବେସ୍ ଉପରେ ଡ୍ରୋନ୍ ସାହାଯ୍ୟରେ ଦୁଇ ଦୁଇଟି ଆକ୍ରମଣ କରାଯାଇଥିଲା । ବିସ୍ଫୋରଣରେ ଏକ କୋଠାର ଛାତ କ୍ଷତିଗ୍ରସ୍ତ ହୋଇଥିଲା । ସୋମବାର ୨ଗୋଟି ଡ୍ରୋନ୍ ଜମ୍ମୁର କାଳୁଚକ ମିଲିଟାରୀ ଷ୍ଟେସନ ନିକଟରେ ଦେଖିବାକୁ ମିଳିଥିଲା । ସେନାର ଫାୟାରିଂ ପରେ ଡ୍ରୋନ୍ ୨ଟି ଗାଏବ ହୋଇ ଯାଇଥିଲା ।

Leave a Reply