spot_img

Latest Posts

‘ଜାଗା ମିଶନ’ ଅନୁଯାୟୀ ଜମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କଲେ ମନ୍ତ୍ରୀ ନବ ଦାସ

ଝାରସୁଗୁଡ଼ା: ରାଜ୍ୟ ସରକାରଙ୍କ ‘ଜାଗା ମିଶନ’ ଯୋଜନା ଅନୁଯାୟୀ ଆଜି ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳବଜାର ସ୍ଥିତ ଅଡିଟୋରିଅମ ଠାରେ ଜମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଯୋଗଦେଇ ୬୦ ଜଣ ଭୂମିହୀନଙ୍କୁ ଜମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଝାରସୁଗୁଡା ପୌର ପରିଷଦ ପକ୍ଷରୁ ମୋଟ ୨୩ଶହ ଜଣଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ ଜମି ଯୋଗ୍ୟତା ପ୍ରମାଣ ପତ୍ର ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିବା ସହିତ ଓଡିଶା ସରକାରଙ୍କ ଏହି ଯୋଜନା ରୁ କୌଣସି ବ୍ୟକ୍ତି ବାଦ ନ ପଡିବେ ସେଥିପାଇଁ ସମସ୍ତଙ୍କ ପ୍ରୟାସ ଜାରି ରହିଛି ।

ସାରୁଅ ଜମି କେଳେଙ୍କାରୀ ମାମଲା: ସମୟ ଅଭାବରୁ ସରିଲାନି ଜାମିନ ଆବେଦନର ଶୁଣାଣି

Latest Posts

Don't Miss