ସାରୁଅ ଜମି କେଳେଙ୍କାରୀ ମାମଲା: ସମୟ ଅଭାବରୁ ସରିଲାନି ଜାମିନ ଆବେଦନର ଶୁଣାଣି

କଟକ: ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀ ମାମଲା । ଆଜି ବି ସରିଲାନି ମନୋରଞ୍ଜନ ଷଡ଼ଙ୍ଗୀଙ୍କ ଜାମିନ ଶୁଣାଣି । ଆସନ୍ତାକାଲି ପୁଣି ହେବ ଅବଶିଷ୍ଟ ଶୁଣାଣି । ଶିବ ପ୍ରସାଦଙ୍କ ଜାମିନ ଆବେଦନର ଶୁଣାଣି ମଧ୍ୟ ସରିଲାନି । ମଙ୍ଗଳବାର  ପୁଣି ୨ଟା ୩୦ ରେ ହେବ ଶୁଣାଣି । ଜାମିନକୁ ନେଇ ମନୋରଞ୍ଜନ ଓ ଶିବ ପ୍ରସାଦଙ୍କ ଓକିଲ  ଯୁକ୍ତି ବାଢ଼ିଛନ୍ତି । ସାରୁଅର ୧୨ଗ୍ରାମବାସୀ ନିଜର ପକ୍ଷ ରଖିଛନ୍ତି । ମଙ୍ଗଳବାର ତଦନ୍ତକାରୀ ଟିମର ଓକିଲ ନିଜ ପକ୍ଷ ରଖିବେ ।

ସୂଚନା ଯୋଗ୍ୟ, ଗିରଫ ହେବା ପରେ ଓଡ଼ିଶା ଇନଫ୍ରାଟେକ୍‌ର ନିର୍ଦ୍ଦେଶକ ପଦରୁ ମନୋରଞ୍ଜନ ଷଡ଼ଙ୍ଗୀ ଇସ୍ତଫା ଦେଇଛନ୍ତି । ଗଣମାଧ୍ୟମକୁ ଏ ସମ୍ପର୍କରେ ମନୋରଞ୍ଜନଙ୍କ ସମ୍ପର୍କୀୟ ଏହି ସୂଚନା ଦେଇଛନ୍ତି । ମନୋରଞ୍ଜନ ଓଡ଼ିଶା ଇନଫ୍ରାଟେକର ନିର୍ଦ୍ଦେଶକ ପଦ ସହ ଓଟିଭିର ଚିଫ୍ ଫାଇନାନ୍ସ ଅଫିସର ପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ମୋଟାମୋଟି କହିବାକୁ ଗଲେ ସେ ଓଟିଭି ଗ୍ରୁପ୍ ଠାରୁ ନିଜ ବୃତ୍ତିଗତ ସମ୍ପର୍କ ଛିନ୍ନ କରିଛନ୍ତି । ଗତ ୧ ତାରିଖ ଦିନ ମନୋରଞ୍ଜନଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି ବିଚାର ବିଭାଗୀୟ ହାତଜକୁ ପଠାଇଥିଲା । ଏଥିସହ ରିମାଣ୍ଡରେ ଆଣି ପଚରାଉଚୁରା ବେଳେ ସାରୁଅ ଜମି କେଳେଙ୍କାରୀର ଅନେକ ଗୁମର ଖୋଲିଥିଲେ । ଦଳିତ ଯୁବକ ରବୀନ୍ଦ୍ର ସେଠୀଙ୍କୁ ମୋହରା କରି କେମିତି ଜଗିମଙ୍ଗତ ପଣ୍ଡା ଅନସୂଚିତ ଜାତି ଲୋକଙ୍କ ଜମି ହଡ଼ପ କରିଥିବା ଜଣାପଡିଛି  । ଏଥିନେଇ କ୍ରାଇମବ୍ରାଞ୍ଚ ମଧ୍ୟ ଗଣମାଧ୍ୟମକୁ ଖବରଦାତା ସମ୍ପର୍କରେ ସୂଚନା ଦେଇଥିଲା ।

Leave a Reply