spot_img

Latest Posts

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା: ଇସ୍ରାଏଲ ଉପରେ ରକେଟ ବର୍ଷା

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା । ଗତକାଲି ରାତିରେ ଦୁଇ ପଟୁ ଇସ୍ରାଏଲ ଉପରେ ରକେଟ ବର୍ଷା । ଇରାନ୍ ଓ ଲେବନନର ହିଜବୁଲ୍ଲା ପକ୍ଷରୁ ଜୋରଦାର ଆକ୍ରମଣ । ଗୋଟିଏ ସମୟରେ ଏକାଧିକ ରକେଟ ମାଡ଼ ହୋଇଛି । ଆକ୍ରମଣ ପରେ ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ ହୋଇଥିଲା । ଆକାଶରେ ହିଁ ଅଧିକାଂଶ ରକେଟକୁ ଧ୍ୱଂସ କରାଯାଇଛି ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି ।

ଇସ୍ରାଏଲ ପ୍ରଥମେ ଆକ୍ରମଣ କରିବାକୁ ଇରାନ ଜବାବ ଦେଇ ହମଲା କରିଥିଲା । ପୁଣି ଆକ୍ରମଣ କଲେ ଏଥର ଧ୍ୱଂସ କରିଦେବୁ ବୋଲି ଇରାନ ଓ ହିଜବୁଲ୍ଲା ପକ୍ଷରୁ ଚେତାବନୀ ଦିଆଯାଇଛି । ଗତ ଏପ୍ରିଲ ପରଠାରୁ ଏହା ସବୁଠୁ ବଡ଼ ହମଲା ବୋଲି କୁହାଯାଉଛି ।

ଆମେରିକା-ଇରାନ କଥାବାର୍ତ୍ତାରେ ଡେଡଲକ। ଶାନ୍ତି ପ୍ରକ୍ରିୟା ହେଲାଣି ପ୍ରଶ୍ନବାଚୀ, ଦିନକୁ ଦିନ ବିଗିଡୁଛି ସ୍ଥିତି । ଆମେରିକା ଏବଂ ଇରାନ ମଧ୍ୟରେ ୬୦ ଦିନର ଯୁଦ୍ଧବିରତି ଶେଷ ହେବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି ।

ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଇରାନ ସହିତ ଶାନ୍ତି ଚୁକ୍ତି ନହେବା ପର୍ଯ୍ୟନ୍ତ ଜବତ ହୋଇଥିବା ଇରାନର ସମ୍ପତ୍ତି ମୁକ୍ତ କରାଯିବ ନାହିଁ । ଇରାନର ସମୃଦ୍ଧ ୟୁରାନିୟମକୁ ନଷ୍ଟ କରିବା ପାଇଁ ତାଙ୍କର ଯୋଜନାକୁ ରୂପରେଖା ନଦେବା ପର୍ଯ୍ୟନ୍ତ ସେ କୌଣସି କଟକଣା ଉଠାଇବେ ନାହିଁ ବୋଲି କହିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ଚୁକ୍ତି ହେବା ପରେ ହିଁ ସେ ଏହି ସବୁ ପଦକ୍ଷେପ ବିଷୟରେ ଚିନ୍ତା କରିବେ ।

ତେବେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ପଶ୍ଚିମ ଏସିଆ ସ୍ଥିତି । ଇରାନ ହାତରେ ମାତ୍ର ୨୧ ରୁ ୨୨ ପ୍ରତିଶତ ମିସାଇଲ ରହିଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଇରାନର ସାମରିକ କ୍ଷମତା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ବୋଲି ସେ କହିଛନ୍ତି ।
ତେବେ ଇରାନର ଆକ୍ରମଣର ମୁକାବିଲା ଲାଗି କୁଏତ ନିଜର ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭେଟ କରିଛି । ଆମେରିକାର ହମଲାରେ ଇରାନର ବହୁ ରାଡାର ସିଷ୍ଟମ ନଷ୍ଟ ହେବାକୁ ନେଇ ତାତିଛି ଇରାନ ।

Latest Posts

Don't Miss