ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ପୁଅର ୨୬ ବର୍ଷ ବୟସରେ ଦେହାନ୍ତ, ଏହି ରୋଗରେ ଥିଲେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦୀର୍ଘଦିନର ଯନ୍ତ୍ରଣା ପରେ ଆଖି ବୁଜିଲେ ଜୈନ । ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସତ୍ୟ ନାଡେଲାଙ୍କ ପୁଅ ଜୈନ ନାଡେଲାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ଜୈନଙ୍କ ବୟସ ମାତ୍ର ୨୬ ବର୍ଷ ହୋଇଥିଲା । ସୂଚନା ଥାଉକି ଜୈନ ଜନ୍ମରୁ ହିଁ ସେରେବ୍ରାଲ ପାଲସି ରୋଗରେ ପୀଡିତ ଥିଲେ । ମାଇକ୍ରୋସଫ୍ଟ ତାର ଜଣେ କର୍ମଚାରୀଙ୍କୁ ଇମେଲ ମାଧ୍ୟମରେ ଏନେଇ ସୂଚନା ଦେଇଥିଲେ ।  ଏବଂ ସେବେଠାରୁ ହିଁ ଜୈନଙ୍କ ଚିକିତ୍ସା ଚିଲଡ୍ରେନ୍ସ ହସ୍ପିଟାଲରେ ଚାଲିଥିଲା ।

ସୂଚନା ମୁତାବକ ସତ୍ୟ ନାଡେଲା ଜୈନଙ୍କୁ ଖୁବ ଭଲ ପାଉଥିଲେ ଓ ୨୦୧୪ରେ ମାଇକ୍ରୋସଫ୍ଟର ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ନାଡେଲା ଦିବ୍ୟାଙ୍ଗମାନଙ୍କୁ ଉନ୍ନତ ସେବା ଦେବା ପାଇଁ କମ୍ପାନୀର ଉତ୍ପାଦର ପରିକଳ୍ପନା ଉପରେ ଧ୍ୟାନ ଦେଇଥିଲେ । ଗତ ବର୍ଷ ଦି ଚିଲଡ୍ରେନ୍ସ ହସ୍ପିଟାଲ ଯେଉଁଠାରେ ଜୈନଙ୍କ ଚିକିତ୍ସା କରାଯାଇଥିଲା ସେଠାରେ ପୁଅଙ୍କ ନାମରେ ଜୈନ ନାଡେଲା ଏଡେଡ୍ ଚେୟାର ଇନ ପେଡ଼ିଆଟ୍ରିକ ନ୍ୟୁରୋସାଇନ୍ସ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ ମାଇକ୍ରୋସଫ୍ଟର ସିଇଓ ସତ୍ୟ।

ସେରେବ୍ରାଲ ପାଲସି ରୋଗ କଣ ?
ସେରେବ୍ରାଲ୍ ପାଲସିକୁ ସରଳ ଭାଷାରେ ମସ୍ତିସ୍କ ପକ୍ଷାଘାତ କୁହାଯାଇଥାଏ । ଏହାଦ୍ୱାରା ମସ୍ତିଷ୍କର ଏକ ବା ଅଧିକ ଅଂଶର କ୍ଷତି ହେତୁ ପ୍ରଭାବିତ ବ୍ୟକ୍ତି ସେମାନଙ୍କର ମାଂସପେଶୀକୁ ସାଧାରଣ ଭାବରେ ଚଳାଇ ପାରନ୍ତି ନାହିଁ । ଏହାର ଲକ୍ଷଣଗୁଡ଼ିକ ପକ୍ଷାଘାତର ରୂପ ସହିତ ସାମାନ୍ୟରୁ ଗମ୍ଭୀର ପର୍ଯ୍ୟନ୍ତ ହୋଇପାରେ । ତେବେ ଏହି ରୋଗ ଜନ୍ମରୁ ହୋଇଥାଏ ଅର୍ଥାତ୍ ଗର୍ଭରେ ଥିବା ସମୟରେ ହିଁ  ସନ୍ତାନ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହାର ଲକ୍ଷଣ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ।

Leave a Reply