୪ଟି ସିଜିନରେ ଆଇପିଏଲରୁ ୫୦ କୋଟିରୁ ଅଧିକ ରୋଜଗାର କଲେଣି ଷ୍ଟାର୍କ

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିୟ କ୍ରିକେଟର ମିଚେଲ ଷ୍ଟାର୍କଙ୍କୁ ଚଳିତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ୧୧.୭୫ କୋଟି ଟଙ୍କାରେ କିଣିଛି ।  ଚଳିତ ସିଜିନରେ ଯେଭଳି ଆଶା ରଖାଯାଇଥିଲା ଏଥରକ ସେମିତି ଆଖି ଦୃଶିଆ ଟଙ୍କାରେ କିଣା ହୋଇନାହାନ୍ତି । ତଥାପି ଷ୍ଟାର୍କଙ୍କ କଥା ଯଦି କହିବା ତାହେଲେ ସେ ୪ଟି ସିଜିନରେ ୫୦.୯ କୋଟି ଟଙ୍କା ଆୟ କରିଛନ୍ତି । ଗତ ସିଜିନରେ କୋଲକାତା ନାଇଟ ରାଇଡର୍ସ ତାଙ୍କୁ କିଣିଥିଲା । ୨୪.୭୫ କୋଟିରେ କେକେଆର କିଣିଥିବାବେଳେ ଏହା ଆଇପିଏଲ ଇତିହାସରେ ରେକର୍ଡ କରିଥିଲା ।

ମାତ୍ର ଏଥରକ ତାଙ୍କୁ ଅଧିକ ଟଙ୍କାରେ କିଣିନାହାନ୍ତି । ତେବେ ଆମେ ଯଦି ଷ୍ଟାର୍କଙ୍କ ଆଇପିଏଲ କ୍ୟାରିୟର କଥା କହିବା ତାହେଲେ ସେ ମାତ୍ର ୪ଟି ସିଜିନ ଖେଳିଛନ୍ତି । ପ୍ରଥମେ ସେ ୨୦୧୪ରେ ଆରସିବି ପାଇଁ ଖେଳିଥିଲେ । ୨ଟି ସିଜନରେ ସେ ଆରସିବି ପାଇଁ ଖେଳିଥିଲେ । ସେତେବେଳେ ଦଳ ତାଙ୍କୁ ୪ କୋଟି ଟଙ୍କାରେ କିଣିଥିଲା । ମାତ୍ର ପରେ ସେ ୨୦୧୮ରେ କୋଲକାତା ନାଇଟ ରାଇଡର୍ସରେ ସାମିଲ ହୋଇଥିଲେ । କୋଲକାତା ତାଙ୍କୁ ୯.୪ କୋଟି ଟଙ୍କାରେ କିଣିଥିଲା । ପରେ ଯାଇ ପୁଣିଥରେ ୨୦୨୪ ଅକ୍ସନରେ ଭାଗ ନେଇଥିବାବେଳେ କୋଲକାତା ୨୪.୭୫ କୋଟି ଟଙ୍କାରେ କିଣିଥିଲା । ତେବେ ୪ଟି ସିଜିନରେ ସେ ୫୦ କୋଟିର ଅଧିକ ରୋଜଗାର କରିଛନ୍ତି ।