କରୋନାରୁ ସୁସ୍ଥ ହେବା ପରେ ଶୂନରୁ ୧୦ ବର୍ଷର ପିଲାଙ୍କ ମଧ୍ୟରେ ବଢିଯାଉଛି ଏମ୍‌ଆଇ ସିଣ୍ଡ୍ରମ

1 min read

ଭୁବନେଶ୍ୱର: ରାଜ୍ୟରେ ଏବେ ଶିଶୁ ମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଧିରେ ଧିରେ ବଢ଼ିବାରେ ଲାଗିଛି। ପ୍ରତିଦିନ ୧୦୦ ପରେ ରହୁଛି ଶୂନରୁ ୧୮ ମଧ୍ୟରେ ପିଲାଙ୍କୁ ସଂକ୍ରମଣ। ତେବେ କୋଭିଡ ସଂକ୍ରମଣର ଏକ ମାସ ପରେ ଶୂନରୁ ୧୦ ବର୍ଷ ପିଲାଙ୍କ ଭିତରେ ମଲ୍ଟି ସିଷ୍ଟମ ଇନ୍‌ଫ୍ଲାମାଟୋରୀ ସିଣ୍ଡ୍ରମ ବା ଏମ୍‌ଆଇ ସିଣ୍ଡ୍ରମର ସମ୍ଭାବନା ବଢିଯାଉଛି।

ଯିଦି ଦେଖିବା ତେବେ ଏହା ପ୍ରଥମ ଲହରିରେ ଚିହ୍ନଟ ହୋଇ ନଥିଲା। ଏହା ଦ୍ଵିତୀୟ ଲହରିରେ ଦେଖାଗଲା ଯେ ବହୁତ ପିଲା ଏମ୍ଆଇ ସିଣ୍ଡ୍ରମରେ ହସ୍ପିଟାଲ ଆସୁଛନ୍ତି। ଏହାର ଲକ୍ଷଣ ହେଉଛି କୋଭିଡରୁ ସୁସ୍ଥ ହେବାର ଏକ ମାସ ପରେ ସେମାନଙ୍କ ମୁଣ୍ଡ ବିନ୍ଧା, ଝାଡ଼ା, ବାନ୍ତି ହେଉଛି। ଏହି ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେଇ ହସ୍ପିଟାଲରେ ଭର୍ତ୍ତି ହେଲେ ମୃତ୍ୟୁହାର କମିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ସେ କହିଛନ୍ତିଯେ ଜିଲ୍ଲା ସମେତ ସବୁ ହସ୍ପିଟାଲରେ ପିଲାଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ଓ ବେଡ଼ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ICU ଓ HDU ବ୍ୟବସ୍ଥା ପାଇଁ ବନ୍ଦୋବସ୍ତ ଚାଲିଛି। ଖୁବ ଶୀଘ୍ର ସବୁ ହସ୍ପିଟାଲରେ ଏହି ଚିକିତ୍ସା ସୁବିଧା ମିଳିବ। ବର୍ତ୍ତମାନ ସବୁ ମେଡିକାଲ କଲେଜରେ ଏହି ସୁବିଧା ଅଛି ବୋଲି ସୂଚନା ଦେଇଛନ୍ତି।

Leave a Reply