ଭୁବନେଶ୍ବର-କଟକ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସର୍ଭେ କାମ ଜୋରଦାର

1 min read

ଭୁବନେଶ୍ବର : ଭୁବନେଶ୍ବର-କଟକ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସର୍ଭେ କାମ ଜୋରଦାର । ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ଭୂମି ବୈଷୟିକ ଯାଞ୍ଚ । ୩୦ମିଟର ଖୋଳାଯାଇ ମାଟି ପରୀକ୍ଷା କରାଯାଉଛି, ଏହାସହ ୧୦୦ଫୁଟ ମାଟି ତଳର ସ୍ଥିତି ନେଇ ସର୍ଭେ କରାଯାଉଛି ।

ତ୍ରିଶୁଳିଆରୁ ବାରଙ୍ଗ ମଝିରେ ୪ଟି ସର୍ଭେ ଟିମ୍ କାମ କରୁଛନ୍ତି ।ଦିଲ୍ଲୀ ମେଟ୍ରୋ ରେଲୱେ କର୍ପୋରେସନର ଇଞ୍ଜିନିୟର ସର୍ଭେ କରୁଛନ୍ତି । ଅଗଷ୍ଟ ସୁଦ୍ଧା ସର୍ଭେ କାମ ସରିବା ସମ୍ଭାବନା ରହିଛି । ଭୁବନେଶ୍ୱର ମେଟ୍ରୋ ଟ୍ରେନ ସର୍ଭେ ଦାୟିତ୍ୱ ନେଇଛି ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ ।