spot_img

Latest Posts

ଲଭ ଜିହାଦକୁ ନେଇ ମେଟ୍ରୋ ମ୍ୟାନଙ୍କ ବୟାନ; କେରଳରେ ହିନ୍ଦୁ ଝିଅଙ୍କୁ…

ଥିରୁବନନ୍ତପୁରମ୍: ମେଟ୍ରୋ ମ୍ୟାନ୍ ଭାବରେ ଜଣାଶୁଣା ଇ ଶ୍ରୀଧରନ୍ ଏବେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି । ଏଭଳି ସମୟରେ ସେ କେରଳର ପରିସ୍ଥିତି ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି । କେରଳରେ ଲଭ ଜିହାଦ୍ ହେଉଥିବା ସେ ଦାବି କରିଛନ୍ତି। ଆଉ ସେ ଏହାକୁ ରୋକିବେ ବୋଲି ମଧ୍ୟ କହିଛନ୍ତି।

ଶ୍ରୀଧରନ୍ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦେବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଯଦି ଦଳ ଚାହେଁ, ତେବେ ସେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ଖାସକରି ସେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଆଶାୟୀ ଥିବା ଜଣାପଡିଛି ।

ଲଭ ଜିହାଦ  ସମ୍ପର୍କରେ ଶ୍ରୀଧରନ୍ ସ୍ପଷ୍ଟ କରି କହିଛନ୍ତି ଯେ ରାଜ୍ୟରେ ହିନ୍ଦୁ ଝିଅମାନଙ୍କ ସହ କ’ଣ କରାଯାଉଛି । କିଭଳି ସେମାନଙ୍କୁ ପ୍ରତାରଣା କରାଯାଉଛି । ଆମେ ଲଭ ଜିହାଦର ସମ୍ପୂର୍ଣ୍ଣ ବିରୋଧ କରୁଛୁ । ସେ ଆହୁରି କହିଛନ୍ତି, ମୁଁ ଦେଖିଛି କେରଳରେ କ’ଣ ସବୁ ଘଟୁଛି । କିଭଳି ହିନ୍ଦୁମାନଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଫସାଯାଏ । କେବଳ ହିନ୍ଦୁ ଓ ମୁସଲିମ୍ ନୁହଁନ୍ତି ଖ୍ରୀଷ୍ଟିଆନ ଝିଅମାନଙ୍କୁ ମଧ୍ୟ ଫସାଇ ବିବାହ କରାଯାଉଛି ।

ଏକ ଗଣମାଧ୍ୟମ ସହ ଶୁକ୍ରବାର ଦିନ ବାର୍ତ୍ତାଳାପ ବେଳେ ସେ କହିଛନ୍ତି ଯେ ମୁଁ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି, କେବଳ ଔପଚାରିକତା ବାକି ରହିଛି। ବିଜେପିରେ ଯୋଗଦେବା ନେଇ ସେ କହିଛନ୍ତି, ‘ଅବସର ପରେ ମୁଁ ବିଗତ ୧୦ ବର୍ଷ ହେବ  କେରଳରେ ରହିଆସୁଛି। ମୁଁ ଅନେକ ସରକାର ଦେଖିଛି ହେଲେ ଲୋକଙ୍କ ପାଇଁ ଯାହା କରାଯିବା କଥା ତାହା ସେମାନେ କରୁନାହାଁନ୍ତି। ଏସବୁକୁ ଦେଖିଲା ପରେ ମୁଁ ମୋର ଅଭିଜ୍ଞତାକୁ ବ୍ୟବହାର କରି କିଛି କରିବା ପାଇଁ ବିଜେପିରେ ଯୋଗ ଦେଉଛି’।

ସେ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ‘ଅନ୍ଧ ବିପକ୍ଷ’ କହି ସମାଲୋଚନା କରିଛନ୍ତି । ଏଥିସହ ସେ ରାଜ୍ୟପାଳ ହେବାକୁ ଆଗ୍ରହୀ ନୁହଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଏପରିକି ସେ ରାଜ୍ୟପାଳ ପଦବୀ ପାଇଁ ମଧ୍ୟ ଆଗ୍ରହୀ ନୁହଁନ୍ତି । ତାଙ୍କ ମତରେ ଏଥିରେ କୌଣସି ଶକ୍ତି ନାହିଁ। ଏହା ଏକ ସାମ୍ବିଧାନିକ ପଦବୀ ଏବଂ ଏଥିରେ ରହିଲେ ରାଜ୍ୟ ପାଇଁ ବଡ଼ ଯୋଗଦାନ ଦେଇପାରିବୁ ନାହିଁ |

Latest Posts

Don't Miss