ପ୍ରଥମ ଥର ପାଇଁ ହାଉସ ଚାମ୍ବରରେ ଶପଥ ନେବେ ରାଜ୍ୟସଭା ସଦସ୍ୟ

Member of the Rajya Sabha taking Oath

ଭୁବନେଶ୍ୱର: ଆଜି ହାଉସ ଚାମ୍ବରରେ ଶପଥ ନେବେ ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ । ଓଡ଼ଶାର ୪ ସଦସ୍ୟ ସୁବାସ ସିଂ, ମୁନ୍ନା ଖାଁ, ମମତା ମହନ୍ତ ଓ ସୁଜିତ କୁମାର ଶପଥ ନେବେ । ମାର୍ଚ୍ଚ ୨୬ରେ ଅନୁଷ୍ଠିତ ନିର୍ବାଚନରେ ଏହି ୪ଜଣ ନିରଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ହେଲେ କରୋନା ସ୍ଥିତି ଓ ଲକଡାଉନ ପାଇଁ ଦିଲ୍ଲୀ ଯାଇ ଶପଥ ନେଇପାରିନଥିଲେ ।

ସଂସଦର ଅଧିବେଶନ ଚାଲୁନଥିବାରୁ ରାଜ୍ୟସଭା ହାଉସ ଚାମ୍ବରରେ ନବ ନିର୍ବାଚିତ ସଦସ୍ୟମାନେ ଶପଥ ନେବେ । ନିକଟରେ ୨୦ ରାଜ୍ୟରୁ ୬୧ସଦସ୍ୟ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଛନ୍ତି । ଲକଡାଉନ୍ ପାଇଁ ଯେଉଁ ସଦସ୍ୟମାନେ ଦିଲ୍ଲୀ ଯାଇ ଶପଥ ନେଇପାରିନାହାନ୍ତି ସେମାନେ ଆଜି ଶପଥ ନେବାର କାର୍ଯ୍ୟକ୍ରମ ରହିଛି । କରୋନା କଟକଣା ଯୋଗୁଁ ପ୍ରଥମ ଥର ପାଇଁ ହାଉସ ଚାମ୍ବରରେ ଏହି ଶପଥ ସମାରୋହ ହେବ । ଆଜି ଦିନ ୧୧ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହେବଷ । ଏବଂ ଶପଥ ଗ୍ରହଣ ସମୟରେ ସାମାଜିକ ଦୂରତା ବଜାୟ ରହିବ ବୋଲି ସୂଚନା ଦିଆଯାଇଛି । ଏହି ଶପଥ ଗ୍ରହଣ ସମାରୋହରେ ସଦସ୍ୟଙ୍କ ସହ ଜଣେ ଅତିଥି ରହିପାରିବା ଅନୁମତି ରହିଛି  ।

Leave a Reply