ସରିଲା ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା, ଡିସେମ୍ବର ୯ରୁ ଆରମ୍ଭ ହେବ ଖାତା ଦେଖା

1 min read

କଟକ: ସରିଲା ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା । ଚଳିତ ଥର ପରୀକ୍ଷା ଦେଲେ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ । ତେବେ ଆଜି ପରୀକ୍ଷା ଶେଷ ହୋଇଥିବାବେଳେ ୯ ତାରିଖରୁ ଆରମ୍ଭ ହେବ ଖାତା ଦେଖା । ସାରା ରାଜ୍ୟରେ ଚାଲିଥିବା ମାଟ୍ରିକ, ମଧ୍ୟମା, ଓପନ ସ୍କୁଲ ସମ୍ମେଟିଭ୍-୧ ପରୀକ୍ଷା ସୁରୁଖୁରରେ ଶେଷ ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ହୋଇଥିବା ଏହି ପରୀକ୍ଷାରେ ଚଳତ ବର୍ଷ ରାଜ୍ୟର ୩ ହଜାର ୨୯ କେନ୍ଦ୍ରରେ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପ୍ରତିଦିନ ଦୁଇ ଘଣ୍ଟା କରି ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା ।

ଅନ୍ୟପକ୍ଷରେ ଆଜି ସମ୍ମେଟିଭ୍-୧ ପରୀକ୍ଷା ଶେଷ ହୋଇଥିବାବେଳେ ଆସନ୍ତା ୯ ତାରିଖରୁ ଖାତା ଦେଖା ଆରମ୍ଭ ହେବ । ରାଜ୍ୟର ୫୬ଟି ପରୀକ୍ଷା କେନ୍ଦ୍ରରେ ୧୨ ହଜାର ୨୫୦ ଶିକ୍ଷକ ଶିକ୍ଷୟତ୍ରୀ ଖାତା ଦେଖାରେ ନିୟୋଜିତ ହେବ । ୧୦ ଦିନ ମଧ୍ୟରେ ଖାତା ଦେଖା ଶେଷ ହେବ । ପ୍ରତିଦିନ ସକାଳ ୯ଟାରୁ ୫ ଟା ପର୍ଯ୍ୟନ୍ତ ଖାତା ଦେଖା ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।