ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏଁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ୩୦ରୁ ରାଜ୍ୟରେ ହେବ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା । ଅଗଷ୍ଟ ୫ ତାରିଖ ଯାଏ ଚାଲିବ ପରୀକ୍ଷା । ମାଟ୍ରିକ୍ ମୂଲ୍ୟାୟନ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ତେବେ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୨ଟା ଯାଏ ଚାଲିବ। କେବଳ ଗଣିତ ପରୀକ୍ଷା ୧୨ଟା ୧୫ରେ ସରିବ । ଜୁଲାଇ ୩୦ରେ ପ୍ରଥମ ଭାଷା ଓଡ଼ିଆ, ବଙ୍ଗଳା, ଊର୍ଦ୍ଦୁ, ତେଲଗୁ ପରୀକ୍ଷା ହେବ ।

ସେହିପରି ଜୁଲାଇ ୩୧ରେ ଦ୍ୱିତୀୟ ଭାଷା ଇଂରାଜୀ, ହିନ୍ଦୀ ପରୀକ୍ଷା ହେବ । ୨ ଅଗଷ୍ଟରେ ଗଣିତ ପରୀକ୍ଷା ହେବ । ୩ ଅଗଷ୍ଟରେ ବିଜ୍ଞାନ ଓ ୪ଅଗଷ୍ଟରେ ସାମାଜିକ ବିଜ୍ଞାନ ପରୀକ୍ଷା କରାଯିବ । ୫ ଅଗଷ୍ଟରେ ତୃତୀୟ ଭାଷା ହିନ୍ଦୀ, ସଂସ୍କୃତ, ପାର୍ଶି ପରୀକ୍ଷା ହେବ । ଜୁଲାଇ ୫ରୁ ୧୪ ତାରିଖ ମଧ୍ୟରେ ଫର୍ମ ପୂରଣ ହେବ । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply