ଅଳିଆ ଗାଡ଼ିରୁ ମିଳିଲା ମୋଦି ଓ ଯୋଗୀଙ୍କ ଫଟୋ; ବହିଷ୍କୃତ ହେଲେ ସଫେଇ କର୍ମଚାରୀ

1 min read

ଲକ୍ଷ୍ଣୌ: ମଥୁରା- ବୃନ୍ଦାବନ ନିଗମର ଅଳିଆ ଗାଡ଼ିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ମିଳିବା ମାମଲା କାର୍ଯ୍ୟାନୁଷ୍ଠାନ । ଭିଡିଓ ଭାଇରାଲ ହେବା ପରେ ସଫେଇ କର୍ମଚାରୀଙ୍କୁ ବହିଷ୍କାର କରିଛି ନଗର ନିଗମର । ଅପରପକ୍ଷରେ ଘଟଣା ସମ୍ପର୍କରେ ସଫେଇ ଦେଇ କର୍ମଚାରୀ ଜଣଙ୍କ କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ମୋ ପେଟକୁ ଲାତ ନ ମାରନ୍ତୁ ।

ଘଟଣାନୁଯାୟୀ,  ମଥୁରାର ସୁବାସ ଇଣ୍ଟର କଲେଜ ନିକଟରେ ଅଲବରରୁ ଆସିଥିବା ଜଣେ ଶ୍ରଦ୍ଧାଳୁ ନିଜ ଗାଡ଼ି ଅଟକାଇ ଅଳିଆ ମଧ୍ୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ବାହାର କରିଥିଲେ । ଏବଂ ତାହାକୁ ନିକଟରେ ଥିବା ଟ୍ୟାପ୍ ପାଣିରେ ଧୋଇଥିଲେ । ଆଉ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ନଗର ନିଗମର ଉଚ୍ଚପଦସ୍ଥ ଅଧିକାରୀ ସମ୍ପୃକ୍ତ ସଫେଇ କର୍ମଚାରୀଙ୍କୁ ବହିଷ୍କାର କରିଛନ୍ତି ।

ତେବେ ବହିଷ୍କୃତ ସଫେଇ କର୍ମଚାରୀ ବାବିଙ୍କ କହିବା ହେଲା ଯେ, ଢେର ସାରା ଅଳିଆ ମଧ୍ୟରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ସେ ଜାଣିନଥିଲେ । ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋ ପିଲାଙ୍କ ପେଟକୁ ଲାତ ମରାଯାଇଛି । ବାବି ପୂରା ଘଟଣା ସମ୍ପର୍କରେ ଅବଗତ କରିବା ସହ ନ୍ୟାୟ ପ୍ରାର୍ଥନା କରିଛନ୍ତି । ପୂର୍ବ ପାର୍ସଦ ବିକ୍ରମ ବାଲ୍ମିକୀ କହିଛନ୍ତି ସଫେଇ କର୍ମୀଙ୍କ ସହ ଅନ୍ୟାୟ ହୋଇଛି । ଏବଂ ଏହା ବିରୋଧରେ ସମ୍ପୂର୍ଣ୍ଣ ବାଲ୍ମିକୀ ସମାଜ ଆନ୍ଦୋଳନ କରିବ । ଘଟଣା ସମ୍ପର୍କରେ ମଥୁରା-ବୃନ୍ଦାବନର ମେୟର ଡା ମୁକେଶ ବନ୍ଧୁ ଆର୍ଯ୍ୟଙ୍କ କହିବା ହେଲା ଯେ, ଯେଉଁମାନେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଫୋପାଡ଼ିଛନ୍ତି ସେମାନେ ସଭ୍ୟ ସମାଜର ଶିକ୍ଷିତ ଲୋକ । ଯେଉଁମାନେ ଏଭଳି କଲେ ଏ ନେଇ ତଦନ୍ତ ହେବା ଆବଶ୍ୟକ ।  ତେବେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ କହିଛନ୍ତି ଯେ, ଅନ୍ତତ ସଫେଇ କର୍ମୀଙ୍କୁ ସେହି ଫଟୋଟି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ବୋଲି ଜାଣିବା ଉଚିତ୍ ।