ସମ୍ମଦ ଶିଖର୍ଜି ପୀଠ ଓ ପରଶନାଥ ପର୍ବତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରସଙ୍ଗ, ଜୈନ ସମ୍ପ୍ରଦାୟ ସଦସ୍ୟଙ୍କ ବିଶାଳ ବିକ୍ଷୋଭ

1 min read

ମୁମ୍ବାଇ: ମୁମ୍ବାଇରେ ଜୈନ ସମ୍ପ୍ରଦାୟ ସଦସ୍ୟଙ୍କ ବିଶାଳ ବିକ୍ଷୋଭ । ତୀର୍ଥରାଜ ସମ୍ମଦ ଶିଖର୍ଜି ପୀଠ ଓ ପରଶନାଥ ପର୍ବତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ନେଇ ଝାଡ଼ଖଣ୍ଡ ସରକାରଙ୍କ ନିଷ୍ପତ୍ତିକୁ ଜୋରଦାର ବିରୋଧ । ଆଜି ମୁମ୍ବାଇରେ ହୋଇଛି ବଡ଼ ଧରଣର ରାଲି । କିଛିଦିନ ଧରି ଏହି ପ୍ରସଙ୍ଗକୁ ନେଇ ରାଜଧାନୀ ଦିଲ୍ଲୀ ସମେତ ଅନ୍ୟାନ୍ୟ ସ୍ଥାନରେ କରାଯାଇଛି ବିକ୍ଷୋଭ । ଗୁଜରାଟସ୍ଥିତ ପାଲିତାନା ମନ୍ଦିରରେ ଘଟିଥିବା ଭଙ୍ଗାରୁଜା ଘଟଣାକୁ ବିରୋଧ କରି ଏହି ଶୋଭାଯାତ୍ରା ହୋଇଛି । ଜୈନାବଲମ୍ବୀଙ୍କ ଅଭିଯୋଗ- ଶ୍ରୀ ସମ୍ମଦ ଶିଖର୍ଜି ସ୍ଥଳ ହେଉଛି ଜୈନ ଧର୍ମାବଲମ୍ବୀମାନଙ୍କର ଏକ ଐତିହାସିକ ପବିତ୍ର ସ୍ଥଳ ।

ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲା ପରଶନାଥ ପର୍ବତରେ ରହିଛି ସମ୍ମଦ ଶିଖର୍ଜି ସ୍ଥଳ । ଜୈନ ଧର୍ମାବଲମ୍ବୀଙ୍କ ଦାବି ଅନୁସାରେ ଏହି ପର୍ଯ୍ୟଟନସ୍ଥଳକୁ ଇକୋ ଟୁରିଜିମ କାର୍ଯ୍ୟକଳାପରୁ ବାଦ ଦେବା ଲାଗି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ କେନ୍ଦ୍ର ପରିବେଶ ମନ୍ତ୍ରାଳୟ । ତେଣେ ଗୁଜରାଟର ପାଲିତାନାରେ ବେଆଇନ ଖଣି କାର୍ଯ୍ୟ ଓ ମଦ ବିକ୍ରି ବନ୍ଦ ଲାଗି ମୁମ୍ବାଇରେ ବିକ୍ଷୋଭ କରିଛନ୍ତି ଜୈନଧର୍ମାବଲମ୍ବୀ । ଏହା ଏକ ଐତିହାସିକ ସ୍ଥଳ ହୋଇଥିବାରୁ ତାହାର ପବିତ୍ରତା ବଜାୟ ରଖିବା ଲାଗି ଆନ୍ଦୋଳନକାରୀ ଦାବି କରିଛନ୍ତି । ଜୈନଧର୍ମାବଲମ୍ବୀଙ୍କ ବିକ୍ଷୋଭକୁ ନେଇ ମୁମ୍ବାଇର ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।