ଗୁରୁବାରରୁ ଆରମ୍ଭ ହେବ ମାସ୍ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଅଭିଯାନ

1 min read

ଭୁବନେଶ୍ୱର: ଓଡ଼ିଶା ହେବ ଫାଇଲେରିଆମୁକ୍ତ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କାଲିଠାରୁ ଆରମ୍ଭ ହେବ ମାସ୍ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ସ୍ୱତନ୍ତ୍ର ଅଭିଯାନ । ପ୍ରଥମ ପଯ୍ୟାୟରେ ସାମିଲ ହେବେ ୮ ଜିଲ୍ଲା-ଅନୁଗୁଳ, ବାଲେଶ୍ବର,କଟକ,ଢେଙ୍କାନାଳ,ଗଂଜାମ ,ଝାରସୁଗୁଡ଼ା, ନୟାଗଡ଼, ନୂଆପଡ଼ା ଜିଲ୍ଲାବାସୀ । ୨ ବର୍ଷରୁ ଅଧିକ ବୟସର ମୋଟ ୧କୋଟି ୪୦ ଲକ୍ଷ ଲୋକଙ୍କୁ ଏହି ଅଭିଯାନରେ ସାମିଲ କରାଯିବ ।

ପ୍ରଥମଥର ପାଇଁ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସକୁ ଯାଇ ସ୍ବାସ୍ଥ୍ୟକର୍ମୀ ଔଷଧ ବାଣ୍ଟିବେ । ସ୍ବାସ୍ଥ୍ୟ କର୍ମୀଙ୍କ ଉପସ୍ଥିତିରେ ସମସ୍ତେ ଔଷଧ ସେବନ କରିବେ ବୋଲି ଜନସ୍ବାସ୍ଥ୍ୟ ବିଭାଗ ନିଦ୍ଦେଶକ କହିଛନ୍ତି । ଆସନ୍ତା ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଅଭିଯାନ । ୭ ଜିଲ୍ଲା- ବରଗଡ଼, କେନ୍ଦୁଝର, କନ୍ଧମାଳ, ମୟୂରଭଞ୍ଜ ,ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ରେ ଏହି ଅଭିଯାନ କରାଯିବ । ରାଜ୍ୟରେ ୫ କୋଟି ୮୫ ଲକ୍ଷ ୩ ହଜାର ୫୩୬ ଜଣଙ୍କୁ ଟିକାକରଣ କରାଯାଇଛି ।

ପ୍ରଥମ ଡ଼ୋଜ ୯୪ ପ୍ରତିଶତ ଓ ଦ୍ବିତୀୟ ଡ଼ୋଜ ୭୮ ପ୍ରତିଶତ ଲୋକ ନେଇଛନ୍ତି । ସେହିପରି ଏଯାଏ ୧୫ରୁ ୧୮ବର୍ଷ ବୟସର ୧୮ ଲକ୍ଷ ୭୬ ହଜାର ୪୯୫ ଜଣ ଟିକାକରଣରେ ସାମିଲ ହୋଇଥିବା ବେଳେ ୬ଲକ୍ଷ ୪୯ ହଜାର ୬୦୩ ଜଣଙ୍କୁ ବୁଷ୍ଟର ଡୋଜ ଦିଆଯାଇଛି । ନିର୍ବାଚନରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ଦିଆଯିବ ବୁଷ୍ଟର ଡୋଜ । ମୋଟ ୧ଲକ୍ଷ ୬୬ ହଜାର ୪୭୧ ଜଣଙ୍କ ମଧ୍ୟରୁ ଏଯାଏ ବୁଷ୍ଟର ଡୋଜ ନେଇଛନ୍ତି ୧ଲକ୍ଷ ୧୯ ହଜାର ୧୪୩ ଜଣ ।

Leave a Reply