ଅକ୍ଟୋବର ୨୫ରେ ଓଡିଶା ଏବଂ ପୂର୍ବ ଛତିଶଗଡ଼ ବନ୍ଦ ଡାକରା

1 min read

ରାୟଗଡ଼ାରେ ମାଓପୋଷ୍ଟର ।  ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକ ନିକଟରେ ମାଓବାଦୀ  ୨ଟି ବ୍ୟାନର, ୫ଟି ପୋଷ୍ଟର ଏବଂ ୨ଟି ଲିଫଲେଟ ଲଗାଇଛନ୍ତି । ଏହି ପୋଷ୍ଟର , ବେନେର, ଲିଫଲେଟ ମାଧ୍ୟମରେ ଆସନ୍ତା ଅକ୍ଟୋବର 25 ତାରିଖରେ ଓଡିଶା ଓ ପୂର୍ବ ଛତିଶଗଡ଼ ବନ୍ଦ ଡାକରା ଦିଆଯାଇଥିବା ସହ ଆଦିବାସୀ ଯୁବକ ଯୁବତୀଙ୍କୁ ପୋଲିସ ଇନଫର୍ମର ବନାଇବା ବନ୍ଦ କରାଯାଉ ଏବଂ ମିଥ୍ୟା ମାଓବାଦୀ କେସରେ ଗିରଫଦାରୀ ବନ୍ଦ କରାଇବନେଇ ଉଲ୍ଲେଖ ରହିଛି । ଉକ୍ତ ଦୁଇଟି ବ୍ୟାନର ତଳେ ମାଟିରେ ବିଦ୍ୟୁତ ତାର ଲାଗି ରହିଥିବାରୁ ମାଓବାଦୀଙ୍କ ଦ୍ୱାରା ବମ୍ ଖଞ୍ଜା ଯାଇଥିବା ନେଇ ସନ୍ଦେହ କରାଯାଉଛି । ')}

Leave a Reply