ଦେଶକୁ ଅନେକ ହକି ଖେଳାଳି ଦେଇଛି ରାଉରକେଲା: ରାଷ୍ଟ୍ରପତି

Odisha Hockey Hub

ରାଉରକେଲା: ଓଡ଼ିଶା ସମେତ ରାଉରକେଲାକୁ ପ୍ରଶଂସାରେ ପୋତିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଉରକେଲାର ଏବେ ଅନେକ ପରିଚୟ ରହିଛି । ଆର୍‌ଏସ୍‌ପି, ଏନ୍‌ଆଇଟି ଓ ବିପିୟୁଟି ଭଳି ବଡ଼ ସଂସ୍ଥା ଏଠାରେ ରହିଛି । ଖାଲି ସେତିକି ନୁହେଁ ଏଠାରେ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ବଡ଼ ହକି ଷ୍ଟାଡିୟମ । ଦେଶକୁ ଅନେକ ହକି ଖେଳାଳି ଗିଫ୍ଟ ଦେଇଛି ଓଡ଼ିଶା । ଓଡ଼ିଆ ଖେଳାଳି ଭାରତୀୟ ହକି ଟିମ୍‌ର ପ୍ରତିନିଧିତ୍ୱ କରିଛନ୍ତି, ଏହାସହ ଭାରତକୁ ଅନେକ ସଫଳତା ମଧ୍ୟ ଦେଇଛନ୍ତି । ରିଓ ଅଲମ୍ପିକ୍ ୨୦୧୬ରେ ଭାରତୀୟ ମହିଳା ହକି ଦଳ ଦେଶ ପାଇଁ ଗୌରବ ଆଣିଛି । ଏହି ଟିମ୍‌ରେ ୪ ଜଣ ଓଡ଼ିଆ ଖେଳାଳି ରହିଥିଲେ । ଓଡ଼ିଶାରେ ତିନୋଟି ଅନ୍ତରାଷ୍ଟ୍ରିୟ କାର୍ଯ୍ୟକ୍ରମ ହୋଇସାରିଛି । ଯାହାକି ଦେଶ ପାଇଁ ଏକ ବଡ଼ ଉଦାହରଣ ।

ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ, ଯିଏ କି ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ହୋଇପାରିଛି । ତେଣୁ ୨୦୨୩ରେ ହେବାକୁ ଥିବା ପୁରୁଷ‌ ଏଫ୍‌ଆଇଏଚ୍‌‌ ହକି ଓ୍ୱାର୍ଲ୍ଡ କପ୍‌ ଦାୟିତ୍ୱ ମଧ୍ୟ ଓଡ଼ିଶାକୁ ଦିଆଯାଇଛି । ରାଉରକେଲାରେ ହେବାକୁ ଥିବା ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ୍‌ ଖୁବ୍‌ଶୀଘ୍ର ନିର୍ମାଣ କରାଯାଉ । ଏହାଦ୍ୱାରା ଓଡ଼ିଶାର ହକି ଖେଳାଳିମାନେ ହକିକୁ ଏକ ନୂଆ ସୋପାନରେ ପହଞ୍ଚାଇପାରିବେ ବୋଲି ତାଙ୍କର ଆଶା ।

ତେବେ ନିଜ ଭାଷଣ ଆରମ୍ଭରୁ ରାଉରକେଲାର ଅର୍ଥ ବୁଝାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରବିବାର ରାଉରକେଲା ଗସ୍ତରେ ଯାଇ ରାଷ୍ଟ୍ରପତି ବହୁ ପ୍ରତୀକ୍ଷିତ ଆଇଜିଏଚ୍‌ ସୁପର ସ୍ପେସିଆଲିଟି ହସ୍‌ପିଟାଲ ଓ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନକୁ ଲୋକାର୍ପିତ କରିଛନ୍ତି । ଏହାପରେ ରାଷ୍ଟ୍ରପତି ନିଜ ଅଭିଭାଷଣ ରଖିଥିଲେ । ସେଥିରେ ସେ ଆରମ୍ଭରୁ ଅତିଥିମାନଙ୍କୁ ଅଭିନନ୍ଦନ ଦେବା ପରେ ‘ରାଉରକେଲାର ଅର୍ଥ କ’ଣ ? ବୋଲି କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ସେ କହିଥିଲେ ରାଉର ଅର୍ଥ ହେଉଛି ‘ଆପଣଙ୍କର’ ଆଉ କେଲା ଅର୍ଥ ହେଉଛି ‘ଗା’ । ମୋଟା ମୋଟି ରାଉରକେଲା ଅର୍ଥ ହେଉଛି ଆପଣଙ୍କ ଗାଁ । ଆଉ ଏହାକୁ କହିବା ପାଇଁ ନିଜ ଭିତରେ ସାହସ ରହିବା ଆବଶ୍ୟକ । ରାଉରକେଲା ଆସି ରାଷ୍ଟ୍ରପତି ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ।

ସେ ନିଜ ଅଭିଭାଷଣରେ କହିଛନ୍ତି ଯେ, ରାଉରକେଲାରେ ପୂର୍ବରୁ କୌଣସି ସୁପର ସ୍ପେସିଆଲିଟି ହସ୍ପିଟାଲ ନଥିଲା । ଗତ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୦୦ କୋଟି ଟଙ୍କାର ସହାୟତା ଯୋଗାଇଛନ୍ତି ।

Leave a Reply