ଆଜି ନାମାଙ୍କନର ଶେଷ ଦିନ: ମଞ୍ଜୁ ରଥ କଂଗ୍ରେସର ବ୍ରହ୍ମପୁର ମେୟର ପ୍ରାର୍ଥୀ

ଭୁବନେଶ୍ବର: ଏଥର ଆହୁରି ଜୋରଦାର ହେବ ପୌର ଫାଇଟ୍ । ଆଜି ପୌର ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ । ନାମାଙ୍କନ ଭରିବେ ସବୁ ଆଶାୟୀ ପ୍ରାର୍ଥୀ । ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କରିବେ ହେଭିଓ୍ବେଟ୍ ।

ଆଜି ବିଜେଡି ମେୟର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ବିଜେଡିର ଭୁବନେଶ୍ବର ମେୟର ପ୍ରାର୍ଥୀ ସୁଲୋଚନା ଦାସ, କଟକ ମେୟର ପ୍ରାର୍ଥୀ ସୁବାସ ସିଂ ଓ ବ୍ରହ୍ମପୁର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳାଇ ପ୍ରାର୍ଥିପତ୍ର ଦାଖଲ କରିବେ । ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଞ୍ଜୁ ରଥଙ୍କୁ ମେୟର ଟିକେଟ ଦେଇଛି କଂଗ୍ରେସ । ଆଜି ସେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ । ସେପଟେ ବିଜେପିର ପ୍ରାର୍ଥୀମାନେ ମଧ୍ୟ ନାମାଙ୍କନ ଭରିବେ । କଂଗ୍ରେସର କଟକ ଓ ଭୁବନେଶ୍ବର ମେୟର ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଛନ୍ତି ।