ଏସିଆ ହକି କପ୍; ଜାପାନକୁ ୨-୧ ଗୋଲରେ ହରାଇଲା ଭାରତ

1 min read

ଜାକର୍ତ୍ତା: ଜାପାନକୁ ହରାଇଲା ଭାରତ । ଏସିଆ କପ୍ ହକି ପ୍ରତିଯୋଗିତାର ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଭାରତ ଜାପାନକୁ ୨-୧ ଗୋଲରେ ପରାସ୍ତ କରିଛି । ଆଜି ଖେଳାଯାଇଥିବା ମ୍ୟାଚ୍‌ର ଅଷ୍ଟମ ମିନିଟରେ ମଞ୍ଜିତ ଏବଂ ପୱନ ରାଜଭର ୩୪ତମ ମିନିଟରେ ଭାରତ ପାଇଁ ଗୋଲ ଦେଇଥିଲେ । ଭାରତୀୟ ଦଳ ବର୍ତ୍ତମାନ ୩ପଏଣ୍ଟ ସହ ସୁପର ୪ର ଶୀର୍ଷରେ ପହଞ୍ଚିଛି । ମ୍ୟାଚ ଆରମ୍ଭରୁ ଭାରତୀୟ ଖେଳାଳି ମଞ୍ଜିତଙ୍କ ଭଲ ଫିଲ୍ଡ ଗୋଲ ଯୋଗୁଁ ପ୍ରଥମ କ୍ୱାର୍ଟରରେ ୧-୦-ରେ ଆଗୁଆ ହୋଇଥିଲା।

ଜାପାନ ୧୮ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ସ୍କୋର କରି ମ୍ୟାଚକୁ ୧-୧ରେ ପହଞ୍ଚାଇଥିଲା। ଜାପାନ ପାଇଁ ନେଭା ଏହି ଗୋଲ ସ୍କୋର କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଜାପାନ ଗୋଟିଏ ପରେ ଗୋଟିଏ ତିନୋଟି ପିସି ପାଇଲା । ତେବେ ଜାପାନର ଦଳ ଏହାର ଫାଇଦା ଉଠାଇ ପାରିନଥିଲେ ଏବଂ ଭାରତ ପୁନର୍ବାର କାଉଣ୍ଟର ଆଟାକ୍ ଆରମ୍ଭ କରିଥିଲା।

ସେହିପରି ପବନ ରାଜଭର ୩୪ ମିନିଟ ସମୟରେ ଆଉ ଏକ ଗୋଲ କରି ମ୍ୟାଚକୁ ୨-୧ ରେ ଆଗେଇ ନେଇଥିଲେ | ତେବେ ଚତୁର୍ଥ କ୍ୱାର୍ଟରରେ ମଧ୍ୟ ଜାପାନ ଦଳ ଆଉ ସ୍କୋର କରିପାରିନଥିଲା । ଏବଂ ଭାରତ ଏହି ମ୍ୟାଚରେ ବିଜୟୀ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: AAP ସରକାରଙ୍କ ବଡ ପଦକ୍ଷେପ, ୪୨୪ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର