ହାଇକୋର୍ଟ ଯାଅ, ସିଧା ସୁପ୍ରିମକୋର୍ଟ ଆସ ନାହିଁ

1 min read

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନିରାଶ ହେଲେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ  । ସିବିଆଇର ଗିରଫ ମାମଲାରେ ସୁପ୍ରିମକୋର୍ଟରେ ପହଁଚିଥିଲେ ସିସୋଦିଆ  । କିନ୍ତୁ ସିବିଆଇ ଏହି ମାମଲାରେ ସିସୋଦିଆଙ୍କୁ ଶିଖାଇଛନ୍ତି ଆଇନର ପାଠ  । କହିଛନ୍ତି ତୁମେ ଏଠାକୁ କାହିଁକି ଆସିଛ  । ପ୍ରଥମେ ହାଇକୋର୍ଟ ଯାଅ,ସିଧା ସୁପ୍ରିମକୋର୍ଟ ଆସ ନାହିଁ ବୋଲି ସିଧାସିଧା କହିଛନ୍ତି ସର୍ବୋଚ୍ଚ ଅଦାଲତ  । ରବିବାର ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ  ।ସେପଟେ ସିବିଆର ଗିରଫ ପ୍ରତିବାଦରେ ସୁପ୍ରିମକୋର୍ଟ୍ଟ ଯାଇଛନ୍ତି ସିସୋଦିଆ   ।

ମଙ୍ଗଲବାର ସିସୋଦିଆଙ୍କ ଗିରଫ ମାମଲାର ଶୁଣାଣୀ କରୁଥିଲେ ସୁପ୍ରିମକୋର୍ଟ  । ମୁଖ୍ୟ ବିଚାରପତି ଜିଆଇ ଚନ୍ଦ୍ରଚୁଡ ଏବଂ ଡଷ୍ଟିସ ନରସିଂମା ଙ୍କ ବେଞ୍ଚ ମାମଲାର ଶୁଣାଣି କରୁଥିଲେ  । ଘଟଣାରେ ସୁପ୍ରିମକୋର୍ଟ କଡ଼ା ଭାଷାରେ କହିଥିଲେ ଆପଣ ସିଧା ସୁପ୍ରିମକୋର୍ଟ କାହିଁକି ଆସିଛନ୍ତି ? ସିଜେଆଇ ସିଧାସ ଳଖ ଭାବେ କହିଥିଲେ ଏହା ଉତ୍ତମ ଏବଂ ସଠିକ ପରମ୍ପରା ନୁହେଁ  । ଆପଣ ହାଇକୋର୍ଟ ଯାଇ ପାରିଥାନ୍ତେ  । ଜାମିନ ପାଇଁ ଆପଣଙ୍କ ପାଖରେ ବିକଳ୍ପ ରହିଛି  । କିନ୍ତୁ ଆପଣ କଣ ଜାମିନ ପାଇଁ ଅନୁଛେଦ ୩୨କୁ ବ୍ୟବହାର କରୁଛନ୍ତି ବୋଲି କହିଥିଲେ ସୁପ୍ରିମକୋର୍ଟ  ।

ସେପଟେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ପ୍ରତିକ୍ରିୟା ପ୍ରକାଶ କରିଛି ଆମ ଆଦମୀ ପାର୍ଟି  । ଦଳୀୟ ନେତା କହିଛନ୍ତି ଆମେ ସୁପ୍ରିମକୋର୍ଟଙ୍କୁ ସମ୍ମାନ କରୁଛୁ  । ଜାମିନ ପାଇଁ ହାଇକୋର୍ଟ ଯିବୁ ବୋଲି ଦଳ ପକ୍ଷରୁ  ପ୍ରତିକ୍ରିୟା ପ୍ରକାଶ ପାଇଛି  ।