ହାଇକୋର୍ଟ ଯାଅ, ସିଧା ସୁପ୍ରିମକୋର୍ଟ ଆସ ନାହିଁ
1 min readନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନିରାଶ ହେଲେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସିବିଆଇର ଗିରଫ ମାମଲାରେ ସୁପ୍ରିମକୋର୍ଟରେ ପହଁଚିଥିଲେ ସିସୋଦିଆ । କିନ୍ତୁ ସିବିଆଇ ଏହି ମାମଲାରେ ସିସୋଦିଆଙ୍କୁ ଶିଖାଇଛନ୍ତି ଆଇନର ପାଠ । କହିଛନ୍ତି ତୁମେ ଏଠାକୁ କାହିଁକି ଆସିଛ । ପ୍ରଥମେ ହାଇକୋର୍ଟ ଯାଅ,ସିଧା ସୁପ୍ରିମକୋର୍ଟ ଆସ ନାହିଁ ବୋଲି ସିଧାସିଧା କହିଛନ୍ତି ସର୍ବୋଚ୍ଚ ଅଦାଲତ । ରବିବାର ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ ।ସେପଟେ ସିବିଆର ଗିରଫ ପ୍ରତିବାଦରେ ସୁପ୍ରିମକୋର୍ଟ୍ଟ ଯାଇଛନ୍ତି ସିସୋଦିଆ ।
ମଙ୍ଗଲବାର ସିସୋଦିଆଙ୍କ ଗିରଫ ମାମଲାର ଶୁଣାଣୀ କରୁଥିଲେ ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଜିଆଇ ଚନ୍ଦ୍ରଚୁଡ ଏବଂ ଡଷ୍ଟିସ ନରସିଂମା ଙ୍କ ବେଞ୍ଚ ମାମଲାର ଶୁଣାଣି କରୁଥିଲେ । ଘଟଣାରେ ସୁପ୍ରିମକୋର୍ଟ କଡ଼ା ଭାଷାରେ କହିଥିଲେ ଆପଣ ସିଧା ସୁପ୍ରିମକୋର୍ଟ କାହିଁକି ଆସିଛନ୍ତି ? ସିଜେଆଇ ସିଧାସ ଳଖ ଭାବେ କହିଥିଲେ ଏହା ଉତ୍ତମ ଏବଂ ସଠିକ ପରମ୍ପରା ନୁହେଁ । ଆପଣ ହାଇକୋର୍ଟ ଯାଇ ପାରିଥାନ୍ତେ । ଜାମିନ ପାଇଁ ଆପଣଙ୍କ ପାଖରେ ବିକଳ୍ପ ରହିଛି । କିନ୍ତୁ ଆପଣ କଣ ଜାମିନ ପାଇଁ ଅନୁଛେଦ ୩୨କୁ ବ୍ୟବହାର କରୁଛନ୍ତି ବୋଲି କହିଥିଲେ ସୁପ୍ରିମକୋର୍ଟ ।
ସେପଟେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ପ୍ରତିକ୍ରିୟା ପ୍ରକାଶ କରିଛି ଆମ ଆଦମୀ ପାର୍ଟି । ଦଳୀୟ ନେତା କହିଛନ୍ତି ଆମେ ସୁପ୍ରିମକୋର୍ଟଙ୍କୁ ସମ୍ମାନ କରୁଛୁ । ଜାମିନ ପାଇଁ ହାଇକୋର୍ଟ ଯିବୁ ବୋଲି ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।