ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚର ଛାନଭିନ୍‌, ରାଜ୍ୟ ବାହାରେ ୨ଟି ଟିମର ଖୋଳତାଡ

1 min read

ଭଦ୍ରକ: ମାନସ ମର୍ଡର ମାମଲାରେ ତନାଘନା ଜାରି ରଖିଛି କ୍ରାଇମବ୍ରାଞ୍ଚ । ଚାନ୍ଦବାଲିରେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟିମ ଛାନବିନ୍ କରୁଛି । ମୁଖ୍ୟ ଖଳନାୟିକା ଶର୍ମିଷ୍ଠା ପଛରେ କ୍ରାଇମବ୍ରାଞ୍ଚର ବି’ ଟିମ୍ । ଶର୍ମିଷ୍ଠା ରାଜ୍ୟ ବାହାରେ ଆତ୍ମଗୋପନ କରିଥିବା ଖବର ପାଇଛି ତଦନ୍ତକାରୀ ଦଳ । ଦୁଇ ମୋଷ୍ଟ ୱାଣ୍ଟେଡ ମହିଳା ଶର୍ମିଷ୍ଠା ଓ ଝୁନାଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ଓ ଭଦ୍ରକ ପୋଲିସର ଦୁଇଟି ଟିମ୍ ରାଜ୍ୟ ବାହରକୁ ଯାଇଛନ୍ତି । ଉଭଙ୍କୁ ଧରିବାକୁ ବି ହୋଇଛି ବ୍ଳୁ-ପ୍ରିଣ୍ଟ । ଶର୍ମିଷ୍ଠାଙ୍କ ମୋବାଇଲ ସୁଇଚଅଫ୍ ଥିବା ବେଳେ ତାଙ୍କୁ ଧରିବା ପାଇଁ ଟେକ୍ନିକାଲ ଇନଭେଷ୍ଟିଗେସନ ଉପରେ ଟିମ୍ ଫୋକସ କରିଛି ।

ସେପଟେ ଭଦ୍ରକ ଏସପି ଓ ଚାନ୍ଦବାଲି ଥାନା ପୋଲିସ ସହିତ ଆଲୋଚନ କରିଛି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । ହତ୍ୟାକାଣ୍ଡରେ ନିରଞ୍ଜନ ସେଠୀ ଓ ଶର୍ମିଷ୍ଠାଙ୍କ ଷଡ଼ଯନ୍ତ୍ର ବାବଦରେ ପଚାରି ବୁଝିଛି କ୍ରାଇମବ୍ରାଞ୍ଚର ଏ- ଟିମ । ଚାନ୍ଦବାଲି ଥାନାର ତଦନ୍ତ ରିପୋର୍ଟକୁ ସମୀକ୍ଷା କରିବା ପରେ ଟିମ୍ କିଡନାପ୍ ସ୍ପଟରେ ତଦନ୍ତ କରିଛି । ଶର୍ମିଷ୍ଠା ଧରା ପଡ଼ିଲା ପରେ ମର୍ଡର ପ୍ଳଟର ସତ ସାମ୍ନକୁ ଆସିବ । ଏଣୁ ଶର୍ମିଷ୍ଠାକୁ ଧରିବାକୁ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ।

ସୂଚନା ଅନୁସାରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଡିଜିପି କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଛନ୍ତି । ତଦନ୍ତ ଭାର ଗ୍ରହଣ କରିବା ପରେ କ୍ରାଇମବ୍ରାଞ୍ଚର ୫ ଜଣିବ ଟିମ୍ ଭଦ୍ରକ ଏସପି କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । କ୍ରାଇମବ୍ରାଞ୍ଚର ଏହି ୫ଜଣିଆ ଟିମରେ ଡିଏସପି କଳ୍ପନା ସାହୁ, ଇନ୍ସପେକ୍ଟର ବିଶ୍ୱପ୍ରକାଶ ରାଉତ, ସବଇନ୍ସପେକ୍ଟର ଅବଧୂତ ବାରିକ, ଏଏସଆଇ ତନୁଶ୍ରୀ ନାୟକ ଓ ଆଶୁତୋଷ ପ୍ରଧାନ ରହିଛନ୍ତି ।