ଭାଣିଜୀ ବାହାଘରେ ନାଚୁ ନାଚୁ ଚାଲିଗଲା ପ୍ରାଣ

ରାୟପୁର:  ବାଜା ବାଜୁଥିଲା,ସଭିଏଁ ନାଚୁଥିଲେ । ବାହାଘର ଉତ୍ସବରେ ସମସ୍ତଙ୍କ ମନରେ ଭରିଯାଇଥିଲା ଜୋସ୍ । ହେଲେ ହସଖୁସିର ମୁହୂର୍ତ୍ତରେ ହଠାତ୍ ପଡିଗଲା ପୂର୍ଣ୍ଣଚ୍ଛେଦ । ମ୍ୟୁଜିକର ତାଳେ ତାଳେ ନାଚୁ ନାଚୁ ଚାଲିଗଲା ପ୍ରାଣ । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଛତିଶଗଡ଼ରେ ।

ସମସ୍ତ ଦୃଶ୍ୟରେ ଭିଜୁଆଲ କ୍ୟାମେରା ଫ୍ରେମରେ ହୋଇଥିଲା କଏଦ । ଛତିଶଗଡ଼ ରାଜନନ୍ଦଗାଁ ଅନ୍ତର୍ଗତ ଡୋଙ୍ଗରଗଡ଼ରେ ଆୟୋଜିତ ହେଉଥିଲା ବିବାହ ଉତ୍ସବ । ନିଜ ଭାଣିଜୀଙ୍କ ବାହାଘରେ ଯୋଗଦେବା ଯାଇଥିଲେ ମାମୁ ଦିଲୀପ ରାଉଜକର । ଅନ୍ୟ ସାଙ୍ଗସାଥୀଙ୍କ ଗହଣରେ ଷ୍ଟେଜ ଉପରେ ଦିଲୀପ ନାଚୁଥିଲେ । ମାତ୍ର ନାଚୁ ନାଚୁ ହୃଦଘାତ କାରଣରୁ ସେ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦିଲୀପ ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ଜଣେ ଇଞ୍ଜିନିୟର ଥିଲେ ।