spot_img

Latest Posts

ବାପାଙ୍କୁ ଶ୍ରାଦ୍ଧ ଦେଉଥିଲେ, ଚାଲିଗଲା ପ୍ରାଣ

ସାନଖେମୁଣ୍ଡି: ବାପାଙ୍କ ଶ୍ରାଦ୍ଧ ଚାଲିଥିଲା। ଶ୍ରାଦ୍ଧ ପାଇଁ ସବୁ ସାଜ ସରଞ୍ଜାମ ଯୋଗାଡ଼ କରିବା ପରେ ନିଜେ ଶ୍ରାଦ୍ଧରେ ବସିଥିଲେ ପୁଅ ହରିହର ମହାରଣା । ଆରମ୍ଭ ହେଲା ଶ୍ରାଦ୍ଧ, ଚାଲିଲା ମନ୍ତ୍ରପାଠ ଓ ଯଥାରୀତି ନୀତି। ପରିବାର ଲୋକେ ବ୍ୟସ୍ତ ଥିଲେ ଶ୍ରାଦ୍ଧରେ। ଆଉ କିଛି ସମୟ ପରେ ହରିହର ନି଼ଜ ସ୍ୱର୍ଗତ ବାପାଙ୍କୁ ପିଣ୍ଡଦାନ କରିଥାନ୍ତେ । ମାତ୍ର ଏତିକିବେଳେ ଏପରି ଘଟଣା ଘଟିଲା ଯାହା ସମସ୍ତଙ୍କୁ ସ୍ତବଧ କରିଦେଇଛି। ବ୍ରାହ୍ମଣଙ୍କ ମନ୍ତ୍ରପାଠ ଚାଲିଥିବା ବେଳେ ହରିହର ଅଚାନକ ଟଳିପଡ଼ିଥିଲେ। ହରିହର ସଂଜ୍ଞାହୀନ ହୋଇପଡ଼ିଲେ ବୋଲି ପ୍ରଥମେ ପରିବାର ଲେକଙ୍କ ଧାରଣା ହେଲା। ମାତ୍ର ପ୍ରକୃତରେ ତାଙ୍କର ବି ମୃତ୍ୟୁ ହୋଇଥିଲା।

ଏପରି ଅଭାବିତ ଓ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ। ପୈତୃକ ଶ୍ରାଦ୍ଧରେ ଅଚାନକ ଏପରି ଘଟଣା ଘଟିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ୫୦ ବର୍ଷୀୟ ହରିହରଙ୍କ ଦୁଇପୁଅ ଅଛନ୍ତି । ବାହାରେ ରହି ମହାରଣା କାମ କରୁଥିବାରୁ ସେମାନେ ମଧ୍ୟ ଘରେ ନଥିଲେ । ଏଭଳି ସ୍ଥିତିରେ ଏହି ଅକସ୍ମାତ ଘଟଣାକୁ ପରିବାର ଲୋକେ ଗ୍ରହଣ କରିପାରୁ ନାହାନ୍ତି। ')}

Latest Posts

Don't Miss