ବିଦ୍ୟୁତ୍ କାଟକୁ ନେଇ ମାଆ ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ

1 min read

ଢେଙ୍କାନାଳ କାମାକ୍ଷାନଗର ଥାନା କାନପୁରା ପଞ୍ଚାୟତ ଭାଲୁମୁଣ୍ଡା ଗାଁରେ ମାଆ, ପୁଅଙ୍କୁ ଆକ୍ରମଣ । ବିଦ୍ୟୁତ୍ କାଟିଥିବା ଅଭିଯୋଗ କରି ଅରୁଣ ପ୍ରଧାନ ଗାଁର ନବିନା ଓ ତାଙ୍କ ମାଆ ରମା ପ୍ରଧାନକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ମଙ୍ଗଳବାର ରାତିରେ ଗାଁରେ ବିଦ୍ୟୁତ୍ କଟି ଯାଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅରୁଣ ମାଆ ଓ ପୁଅଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ନବିନା ଓ ରମା ପ୍ରଧାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ନବିନାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି । କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ')}

Leave a Reply