spot_img

Latest Posts

ମୋଦୀଙ୍କୁ ହରାଇବା ଯାଏଁ ମୁଁ ବଞ୍ଚିବି : ମଲ୍ଲିକାର୍ଜୁନ ଖଡଗେ

କଠୁଆ : ଭାଷଣ ଦେବା ସମୟରେ ବେହୋସ ହେଲେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ।  ଜସରୋଟା ବିଧାନସଭା ମଣ୍ଡଳୀର ବର୍ଣ୍ଣୋଟିରେ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ସେ ବେହୋସ ହୋଇଗଲେ । ମଞ୍ଚରେ ପଡିଯିବା ପରେ କିଛି ସମୟ ପାଇଁ ଭାଷଣକୁ ବନ୍ଦ କରିବାକୁ ପଡିଲା । କିଛି ସମୟ ପରେ ସେ ଉଠିକି ବସି ପୁଣି ଭାଷଣ ଦେଇଥିଲେ କିନ୍ତୁ ମଝିରେ ପୁଣି ଅଟକି ଯାଇଥିଲେ । ଏହା ପରେ ପୁଣି ଛିଡା ହୋଇ ଦୁଇ ମିଟନ ଭାଷଣ ଦେଇଥିଲେ । ସଭାରୁ ମଞ୍ଚରୁ ଯିବା ସମୟରେ ସେ ସମସ୍ତଙ୍କୁ ସମ୍ବୋଧିତ କହିଥିଲେ, ସେ ୮୩ ବର୍ଷର ଅଟନ୍ତି । ଏବେ ସେ ମୃତ୍ୟୁ ବରଣ କରିବେ ନାହିଁ । ମୋଦିଙ୍କୁ କ୍ଷମତାରୁ ହଟାଇବା ଯାଏଁ ସେ ବଞ୍ଚି ରହିବେ ।

ମଲ୍ଲିକାର୍ଜୁନ ଖଡଗେ ଏହା କହିଛନ୍ତି ଯେ ଏହି ଲୋକମାନେ (କେନ୍ଦ୍ର ସରକାର) କେବେ ନିର୍ବାଚନ କରିବାକୁ ଚାହୁଁନାହାଁନ୍ତି। ଯଦି ସେମାନେ ଚାହାଁନ୍ତି, ସେମାନେ ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ନିର୍ବାଚନ କରିଥାନ୍ତେ  । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ସେମାନେ ଉପରାଜ୍ୟପାଳଙ୍କ ମାଧ୍ୟମରେ ଏକ ରିମୋର୍ଟ କଣ୍ଟ୍ରୋଲର ସରକାର ଚଳାଇବାକୁ ଚାହୁଁଥିଲେ  ।

ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଭାରତର ଯୁବକମାନଙ୍କୁ କିଛି ଦେଇ ନାହାଁନ୍ତି । ଆପଣ  କ‘ଣ ଏପରି ଜଣେ ବ୍ୟକ୍ତିଙ୍କୁ ବିଶ୍ବାସ କରିବେ,  ଯିଏ ୧୦ ବର୍ଷ ମଧ୍ୟରେ ଆପଣଙ୍କର ସମୃଦ୍ଧତା ଫେରାଇ ଆଣି ପାରିବେ ନାହିଁ? ଯଦି କୌଣସି ବିଜେପି ନେତା ଆପଣଙ୍କ ସାମ୍ନାକୁ ଆସନ୍ତି, ତେବେ ତାଙ୍କୁ ପଚାରନ୍ତୁ ଯେ ସେ ସମୃଦ୍ଧତା ଆଣିଛନ୍ତି କି ନାହିଁ ?

Latest Posts

Don't Miss