ଗ୍ରହ ଖଣ୍ଡନ ପାଇଁ ପୂଜାର୍ଚ୍ଚନା ନାଁରେ ପୂଜାରୀଙ୍କ ଦୁଷ୍କର୍ମ !

1 min read
Malkangiri Police Arrested One In Rape Case

କାଲିମେଳା: ଗ୍ରହ ଖଣ୍ଡନ ଆଳରେ ଦୁଷ୍କର୍ମ । ସ୍ୱାମୀଙ୍କୁ ବାହାରକୁ ପଠାଇ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ପୂଜକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏଭଳି ଅଭିଯୋଗ ସାମ୍ନାକୁ ଆସିଛି ମାଲକାନାଗିରି ଜିଲ୍ଲା ପଡ଼ିଆ ଥାନା ମାଟେରୁ ପଞ୍ଚାୟତ ଟେକାଲଗୁଡା ଗାଁରୁ । ଦେବାନନ୍ଦ ମାଡ଼କାମୀଙ୍କ ଘରେ ଦୀର୍ଘ ଦିନ ଧରି ନାନା ସମସ୍ୟା ଲାଗି ରହିଥିବାରୁ ଏମଭି-୬୬ ଗାଁର ପୂଜକ ଅପୂର୍ବ ପାଲଙ୍କ ପରାମର୍ଶ କ୍ରମେ ଘରେ ପୂଜାପାଠ କରି ଗ୍ରହ ଖଣ୍ଡନ କରିବାକୁ ସ୍ଥିର କରିଥିଲେ ଦମ୍ପତି ।

Malkangiri Police Arrested One In Rape Case

ଏଥିପାଇଁ ଗତ ଗୁରୁବାର ସନ୍ଧ୍ୟାରେ ପୂଜାପାଠ କରାଯିବା ପରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ପୂଜକଙ୍କ ସହ ଗୋଟିଏ କୋଠରିରେ ଶୋଇଥିଲେ । ବଡ଼ି ଭୋରରୁ ଅପୂର୍ବ, ପୀଡ଼ିତାଙ୍କ ସ୍ଵାମୀ ଦେବାନନ୍ଦଙ୍କୁ ପୂଜା ଫୁଲ ଫୋପାଡ଼ିବା ପାଇଁ ପଠାଇ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି କଥା କାହାକୁ କହିଲେ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିବା ପୂଜକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଅଭିଯୁକ୍ତ ଅପୂର୍ବ ପାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply