ରାଜ୍ୟ ବାହାରୁ ଆସିଲେ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍, ଜିଲ୍ଲାପାଳ ଜାରି କଲେ ନିର୍ଦ୍ଦେଶନାମା

Malkangiri Mandatory 7 Days Home Isolation For State Out Comers

ମାଲକାନଗିର: କରୋନା ସଂକ୍ରମଣ ରୋକିବାକୁ କଠୋର ହେଉଛି ମାଲକାନଗିର ଜିଲ୍ଲା ପ୍ରଶାସନ । ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ନେଇ ଘୋଷଣା ହୋଇଥିବା ବେଳେ ଆଉ ଏକ ଆଡଭାଇଜରୀ ଜାରି କରାଯାଇଛି ।ଏଣିକି ରାଜ୍ୟ ବାହାରକୁ କେହି ଆସିଲେ ନୋଡାଲ ଅଫିସରଙ୍କୁ ଜଣାଇବା ସହ ୭ ଦିନ ହୋମ୍ ଆଇସେଲୋସନ ବାଧ୍ୟତାମୂଳକ କରାଯାଇଛି । ଏଥିସହ କେହି ରାଜ୍ୟ ବାହାରକୁ ଗଲେ ନୋଡାଲ୍ ଅଫିସରଙ୍କୁ ଜଣାଇ ଯିବାକୁ କୁହାଯାଇଛି ।

ବିବାହ, ବ୍ରତ, ଅନ୍ତ୍ୟେଷ୍ଟି କ୍ରିୟାରେ ଏକ ସମୟରେ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । ମାସ୍କ, ସମାଜିକ ଦୂରତା ପରି କଟକଣାକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ବଡ଼ ଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ରାତ୍ରୀକାଳୀନ କର୍ଫ୍ୟୁ ଜିଲ୍ଲାରେ ଲାଗୁ ହେଉଛି । ଏହା ମାର୍ଚ୍ଚ ୩୧ ଯାଏ ବଳବତ୍ତର ରହିବ ।

Malkangiri Mandatory 7 Days Home Isolation For State Out Comers

ଏହାଛଡ଼ା ଜିଲ୍ଲା ଚିକିତ୍ସାଳୟ ସହ କାଲିମେଳା ଏବଂ ମାଥିଲି ଅଞ୍ଚଳରେ କୋଭିଡ୍ ଟେଷ୍ଟ ବଢ଼ାଇବା ଲାଗି ପ୍ରଶାସନ ନିର୍ଦ୍ଦେଶ ଦେଇଛି । ମାଲକାନଗିରି ଜିଲ୍ଲାରେ ଏବେ ସକ୍ରିୟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଶୂନ୍ ରହିଥିବା ବେଳେ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave a Reply