ଅନ୍ଧବିଶ୍ୱାସ ପାଇଁ ପିଟିପିଟି ମାରିଦେଲେ

1 min read
Patna Conspiracy Was Hatched To Kill Bengal BJP Leader Manish Shukla In Beur Jail

ମାଲକାନଗିରି : ଶିକ୍ଷିତ ସମାଜରେ ଅନ୍ଧବିଶ୍ୱାସର ରାଜ । ଅନ୍ଧବିଶ୍ୱାସ ପାଇଁ ବାରମ୍ବାର ଘଟୁଛି ବର୍ବର ହତ୍ୟାକାଣ୍ଡ । ଗଣମାଧ୍ୟମରେ ବାରମ୍ବାର ଏଭଳି ଖବର ପ୍ରକାଶିତ ପରେ ମଧ୍ୟ ଚେତୁନାହାନ୍ତି ହତ୍ୟାକାରୀ ।  ମାଲକାନାଗିରି ଜିଲ୍ଲା ମାଥିଲି ଥାନା ମାଳିଗୁଡା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି ।

ଶୁକ୍ରବାର ରାତିରେ ମାଥିଲି ଥାନା ଅନ୍ତର୍ଗତ ମାଳିଗୁଡ଼ା ଠାରେ ଜଣେ ବାପା ଓ ତାଙ୍କ ପୁଅକୁ ହତ୍ୟା କରାଯାଇଛି । ଦୁଇଜଣଙ୍କୁ ଘରୁ ଡାକିନେଇ ପିଟିପିଟି ହତ୍ୟା କରାଯାଇଛି ।

ସୂଚନା ଅନୁଯାୟୀ, ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ପୂର୍ବରୁ ତିନି ବର୍ଷ ହେବ ସେହି ପରିବାରକୁ ବାସନ୍ଦ କରାଯାଇଥିଲା । ଗତ ରାତିରେ ବାପ ଓ ପୁଅକୁ ଘରୁ ଡାକିନେଇ ପିଟିପିଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।

ହତ୍ୟାପରେ ସେମାନଙ୍କ ମୃତଦେହକୁ ନଦୀକୂଳରେ ଫିଙ୍ଗି ହେଇଛନ୍ତି ଅଭିଯୁକ୍ତମାନେ । ମୃତବ୍ୟକ୍ତି ମାନେ ହେଉଛନ୍ତି ସଦନ ମାଳି ଏବଂ ତାଙ୍କ ପୁଅ ନୀଳାଦ୍ରି ମାଳି ।

ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ବ୍ୟକ୍ତି ମାଥିଲି ଥାନାରେ ଆତ୍ମସମର୍ପଣ କରିଛନ୍ତି ବୋଲି ପୁଲିସ କହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ପ୍ରାଥମିକ ତଦନ୍ତ ଚଳାଇଛି  । ')}

Leave a Reply