ବିଜେପି-ଆରଏସଏସ ସହିତ ଆମର ଧାର୍ମିକ ମତଭେଦ ନାହିଁ, ହେଲେ ଆଦର୍ଶଗତ ପାର୍ଥକ୍ୟ ଅଛି: ମହମୁଦ ମଦନୀ

1 min read

ନୂଆଦିଲ୍ଲୀ: ଜମିୟତ ଉଲେମା-ଏ-ହିନ୍ଦର ମୁଖିଆ ମହମୁଦ ମଦନୀ କହିଛନ୍ତି ଯେ ବିଜେପି ଏବଂ ଆରଏସଏସ ସହ ଆମର କୌଣସି ଧାର୍ମିକ ମତଭେଦ ନାହିଁ, ବରଂ ଆଦର୍ଶଗତ ପାର୍ଥକ୍ୟ ଅଛି । ଦିଲ୍ଲୀ ରାମଲୀଳା ମୈଦାନରେ ଶନିବାର ଜମିୟତର ୩୪ତମ ଅଧିବେଶନରେ ସେ କହିଛନ୍ତି, ଭାରତ ଯେତିକି ମୋଦୀ ଏବଂ ଭାଗବତଙ୍କର ସେତିକି ମଦନୀର ମଧ୍ୟ ଅଟେ । ଜମିୟତ ମୁଖିଆ କହିଛନ୍ତି, ମୁଁ ଆରଏସଏସ ଏବଂ ଏହାର ସର ସଂଘ ଚାଳକଙ୍କୁ ନିମନ୍ତ୍ରଣ କରୁଛି । ସେ ଆସନ୍ତୁ, ଆପୋସ ମତଭେଦ ଏବଂ ଶତ୍ରୁତାକୁ ଭୁଲି ଜଣେ ଅନ୍ୟଜଣଙ୍କୁ ଆଲିଙ୍ଗନ କରିବା ଏବଂ ଦେଶକୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ବନାଇବା ।

ଆମକୁ ସନାତନ ଧର୍ମ ସହ କୌଣସି ଅସୁବିଧା ନାହିଁ, ଆପଣଙ୍କୁ ମଧ୍ୟ ଇସଲାମକୁ ନେଇ କୌଣସି ଅଭିଯୋଗ ନରହିବା ଆବଶ୍ୟକ । ଆମ ନଜରରେ ହିନ୍ଦୁ-ମୁସଲମାନ ବରାବର ଅଟନ୍ତି । ଆମେ ମଣିଷଙ୍କ ମଧ୍ୟରେ କୌଣସି ପରକ ଦେଖିନଥାଉ । ଜମିୟତ ସର୍ବ ଧର୍ମ ସମ୍ମାନ ନିୟମରେ ବିଶ୍ୱାସ କରେ । ମଦନୀ ଆଗକୁ କହିଥିଲେ ଏହି ଭୂମି ମୁସଲମାନମାନଙ୍କ ପ୍ରଥମ ମାତୃଭୂମି ଅଟେ । ଇସଲାମ ଧର୍ମ ବାହାରୁ ଆସିଛି ଏମିତି କହିବା ସମ୍ପୂର୍ଣ୍ଣ ଭାବେ ଭୁଲ୍ ଅଟେ ଏବଂ ନିରାଧାର ଅଟେ । ଇସଲାମ ସବୁ ଧର୍ମଠାରୁ ପୂରୁଣା ଧର୍ମ ଅଟେ ।

ମୁସଲମାନମାନଙ୍କ ପାଇଁ ଭାରତ ସବୁଠୁ ଭଲ ଦେଶ ଅଟେ, କିନ୍ତୁ ଏଠାରେ ମୁସଲିମଙ୍କ ବିରୋଧରେ ଘୃଣା ଏବଂ ଉସୁକାଇବା ଭଳି ଘଟଣା ବୃଦ୍ଧି ପାଉଛି । ମୌଲାନା ମଦନୀ ଆଗକୁ କହିଥିଲେ, ୟୁନିଫର୍ମ ସିଭିଲ କୋଡ୍ କେବଳ ମୁସଲମାନମାନଙ୍କ ପ୍ରସଙ୍ଗ ନୁହେଁ, ବରଂ ଏହା ଦେଶର ଭିନ୍ନ ଭିନ୍ନ ସାମାଜିକ ସଂଗଠନ, ଜାତି ଏବଂ ସମସ୍ତ ବର୍ଗ ସହ ସମ୍ବନ୍ଧିତ ଅଟେ । ଶନିବାର ଅଧିବେଶନରେ ସାମିଲ ମୌଲବିମାନେ ଇସଲାମଫୋବିୟା, ୟୁନିଫର୍ମ ସିଭିଲ କୋଡ, ପର୍ସନାଲ ଲରେ ହସ୍ତକ୍ଷେପ, ପଛୁଆବର୍ଗ ମୁସଲିମମାନଙ୍କ ପାଇଁ ସଂରକ୍ଷଣ, ମଦରସାଗୁଡିକର ସର୍ଭେ, ଇସଲାମ ବିରୋଧରେ ଭୁଲ୍ ସୂଚନା ଏବଂ କାଶ୍ମୀର ଉପରେ ପ୍ରସ୍ତାବ ପାରିତ କରିଛନ୍ତି ।