ମହମବତୀ କାରଖାନାରେ ଅଗ୍ନିକାଣ୍ଡ, ୬ ମୃତ

1 min read

ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ନିକଟସ୍ଥ ପିମ୍ପରୀ-ଚିଞ୍ଚୱାଡ ସହରରେ ଭୟାବହ ଅଗ୍ନିକାଣ୍ଡ। ତାଲାୱାଡ ଅଞ୍ଚଳରେ ଥିବା ଏକ ମହମବତୀ ତିଆରି କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ପରେ ଅଗ୍ନିଶମ ଗାଡ଼ିଗୁଡ଼ିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ।

ଏହି ଅଗ୍ନିକାଣ୍ଡରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଥିବା ବେଳେ ଆଉ କେତେକ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ପୁଣେ ଓ ପିମ୍ପରି-ଛିନ୍ଦଓ୍ବାରା ସହରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନଥିଲେ ବି ଇଲେକ୍ଟ୍ରିକ ସର୍ଟସର୍କିଟ ଓ କାରଖାନାରେ ରଖାଯାଇଥିବା ବିସ୍ଫୋରକ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।