ବିଷାକ୍ତ ହେଉଛି ଓଡିଶାର ଲାଇଫଲାଇନ୍
1 min read
ନନ୍ଦିଘୋଷ ବ୍ୟୁରୋ: ବିଷ ପାଲଟିଗଲାଣି ମହାନଦୀର ଅମୃତ ଧାରା । ଗୋଟିଏ ପଟେ ଛତିଶଗଡ଼ ସରକାର ଉପରମୁଣ୍ଡରେ ସମସ୍ତ ଗେଟ୍ ବନ୍ଦ କରିଦେଇଥିବା ବେଳେ ଅନ୍ୟପଟେ ସହରର ବିଷାକ୍ତ ପାଣି ସିଧାସଳଖ ମହାନଦୀରେ ପଡୁଛି । ଯାହାକୁ ନେଇ ଚିନ୍ତା ପ୍ରକଟ କଲେଣି ସହରବାସୀ । ପୂର୍ବରୁ ଅଧିକ ପାଣି ଆସିବା ଫଳରେ ଆବର୍ଜନା ସବୁ ଭସାଇ ନେଉଥିଲେ । ହେଲେ ଏବେ ପାଣି କମିଥିବାରୁ ଜଳ ଅଧିତ ଦୂଷିତ ହେଉଛି । ତେଣୁ ଏହା ବ୍ଯବହାର ଉପଯୋଗି ନଥିବା ଲୋକେ ଅଭିଯୋଗ କରିଛନ୍ତି ।
ବିଷାକ୍ତ ହେଉଛି ଓଡିଶାର ଲାଇଫଲାଇନ୍ । ଜହର ପାଲଟୁଛି ମହାନଦୀର ଅମୃତ ଧାରା । ଜୀବ ଜଗତ ଉପରେ ପଡିବ ପ୍ରଭାବ । ଚିନ୍ତା ପ୍ରକଟ କଲେ ବୁଦ୍ଧିଜୀବୀ ଓ ପରିବେଶବିତ୍ । ଭଲଭାବରେ ଦେଖନ୍ତୁ ଏହି ଜମି ରହିଥିବା ପାଣିକୁ । ଆପଣ ଭାବୁଥିବେ ଏହା କୌଣସି ଆବର୍ଜନାମୟ ଗାଡିଆ କିମ୍ବା ଡ୍ରେନର ଦୃଶ୍ୟ । କିନ୍ତୁ ଏହା ଓଡ଼ିଶାର ଜୀବନ ରେଖା ମହାନଦୀର ବିଷାକ୍ତମୟ ପାଣି । ପୂର୍ବରୁ ସମ୍ବଲପୁର ସହରର ଏହି ସ୍ଥାନ ମାନଙ୍କରେ ମହାନଦୀର ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ ସହରବାସୀ । କିନ୍ତୁ ଏବେ ତାହା ଶୌଚ ହେବା ବି ମୁସ୍କିଲ ପାଲଟିଲାଣି । ଛତିଶଗଡ଼ର ମନମାନି ଯୋଗୁଁ ଉପରମୁଣ୍ଡରୁ ପାଣି କମ ଆସୁଛି । ଫଳରେ ମହାନଦୀରେ ଜଳ ଧାରା କମିଛି । ତେଣୁ ଡ୍ରେନ ପାଣି ମିଶିବା ପରେ ଏହା ଏକପ୍ରକାର ବିଷାକ୍ତ ହୋଇଛି ।
ତେବେ ସମ୍ବଲପୁର ମହାନଗର ନିଗମ ସହରର ବର୍ଜ୍ୟବସ୍ତୁ ତଥା ଡ୍ରେନ ପାଣି ସିଧା ସଳଖ ମହାନଦୀରେ ମିଶୁଛି । ସହରର ବାଲିବନ୍ଦା ହେଉ କି ଦୂର୍ଗlପାଲୀ ସବୁଠି ସମାନ ଅବସ୍ଥା । ପୂର୍ବରୁ ଯେତେବେଳେ ମହାନଦୀରେ ଅଧିକ ପାଣି ଆସୁଥିଲା, ସେତେବେଳେ ଏହାର ପ୍ରବାହ ଆବର୍ଜନା ଭସାଇ ନେଉଥିଲା । କିନ୍ତୁ ଏବେ ସ୍ଥିତି ଭିନ୍ନ । କମ ପାଣି ଥିବାରୁ ବର୍ଜ୍ଯଜଳ ମିଶି ଏହାକୁ ଦୂଷିତ କରିଛି । ତୁରନ୍ତ ଏହାର ସମାଧାନ ନକଲେ ଆଗାମୀ ଦିନରେ ଜନଜୀବନ ପ୍ରଭାବିତ ହେବା ସହ ଏହି ପାଣି ଉପରେ ନିର୍ଭରର ସହୁଥିବା ଜୀବଜନ୍ତୁ ଓ କୃଷିକାର୍ଯ୍ଯ ପ୍ରଭାବିତ ହେବା ଆଶଂକା ସୃଷ୍ଟି ହୋଇଛି ।