ମହାନଦୀ ପାଲଟିଛି ଆତ୍ମହତ୍ଯାର ହଟସ୍ପଟ୍

ନନ୍ଦିଘୋଷ ବ୍ୟୁରୋ: ମୃତ୍ଯର ନଦୀ ପାଲଟିଛି ମହାନଦୀ । କିଛିଦିନ ବ୍ଯବଧାନରେ ପୁଣି କଟକ ଯୋବ୍ରା ବ୍ରିଜରୁ ଡେଇଁ ଦୁଇଜଣ ଯୁବକ ଆତ୍ମହତ୍ଯା କରିଛନ୍ତି । ଯୁବକ ଜଣକ ହେଲେ ଭୁବନେଶ୍ବର ଭିଏସଏସ ନଗର ଅଞ୍ଚଳର ୩୦ ବର୍ଷୀୟ ମୃତ୍ଯୁଞ୍ଜୟ ମାଣିକ । ସେପଟେ ରାତିରେ କଟକ ନୟାସଡ଼କ ଅଞ୍ଚଳର ଅନୁପ ଅଗ୍ରୱାଲ ମଧ୍ଯ ସେତୁରୁ ଡେଇଁ ଆତ୍ମହତ୍ଯା କରିଛନ୍ତି । ଅଗ୍ନୀଶମ ବାହିନୀ ଉଭୟଙ୍କୁ ଖୋଜାଖୋଜି ଜାରି ରଖିଥିବାବେଳେ ଆତ୍ମହତ୍ଯା ବଢୁଥିବାରୁ ସ୍ଥାୟୀ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି ।

ମହାନଦୀ ପାଲଟିଛି ଆତ୍ମହତ୍ଯାର ହଟସ୍ପଟ୍ । ବର୍ଷାଦିନ ଆସିଲେ ମୃତ୍ଯୁର ନଦୀ ପାଲଟୁଛି ଓଡ଼ିଶାର ଲାଇଫଲାଇନ୍ । ଲଗାତର ବ୍ରିଜରୁ ଡେଇଁ ଆତ୍ମହତ୍ଯା କରୁଛନ୍ତି ଲୋକ । ଏକମାସ ମଧ୍ଯରେ କଟକରେ ଏପରି ୬ଟି ଘଟଣା ସାମ୍ନାକୁ ଆସିଲାଣି । ମଙ୍ଗବାଳ ଦିନ ପୁଣି ଦୁଇଜଣ ଯୁବକ ନଦୀକୁ ଡେଇଁ ଆତ୍ମହତ୍ଯା କରିଛନ୍ତି । ଯୋବ୍ରା ବ୍ରିଜରୁ ଡେଇଁ ଭୁବନେଶ୍ବର ଭିଏସଏସ ନଗର ଅଞ୍ଚଳର ୩୦ ବର୍ଷୀୟ ମୃତ୍ଯୁଞ୍ଜୟ ମାଣିକ ଆତ୍ମହତ୍ଯା କରିଥିବାବେଳେ ରାତିରେ ନୟାସଡ଼କ ଅଞ୍ଚଳର ଅନୁପ ଅଗ୍ରୱାଲ ନଦୀକୁ ଡେଇଁ ଆତ୍ମହତ୍ଯା କରିଛନ୍ତି । ଧବଳେଶ୍ଵର ମଧୁ ସେତୁ ଉପରୁ କଟକ ନୟାସଡକ ଅଂଚଳର ଅନୁପ ଅଗ୍ରୱାଲ ରାତିରେ ନଦୀକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି ।

ସଂଧ୍ଯାରେ ମୃତ୍ଯୁଞ୍ଜୟ ଯୋବ୍ରା ବ୍ଯାରଜରୁ ନଦୀକୁ ଡେଇଁ ଆତ୍ମହତ୍ଯା କରିଛନ୍ତି । ଅନଲାଇନ ଟ୍ରେଡିଂରେ ବିପୁଳ ଅର୍ଥ ହରାଇବା ପରେ ଏପରି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ତେବେ ଏନେଇ ପୋଲିସ ପରିବାର ଲୋକଙ୍କ ପଚରାଉଚରା କରୁଛି । ସେପଟେ ଅନୁପ ଅଗ୍ରୱାଲଙ୍କ ଆତ୍ମହତ୍ଯାର କାରଣ ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ ।

ମହାନଦୀ ଓ କାଠଯୋଡ଼ିକୁ ଆତ୍ମହତ୍ୟା ଉଦ୍ୟମର ଯେତୋଟି ଅଭିଯୋଗ ଆସିଛି, ତା ଭିତରୁ ଦୁଇଟି ଘଟଣାରେ ମୃତକଙ୍କ ଶବ ଉଦ୍ଧାର ହୋଇଛି । ବାକି ଲୋକଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ । ବାରମ୍ବାର ଏପରି ଘଟଣା ଘଟୁଥିବାରୁ ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ଲୋକେ ।