ଉଠିଲା ମହାଦୀପ, ହରିବୋଲରେ କମ୍ପିଲା ଲିଙ୍ଗରାଜ ପୀଠ

1 min read

ଭୁବନେଶ୍ୱର: ହଜାର ହଜାର ଭକ୍ତଙ୍କ ଶିବ ନାମ ଭିତରେ ଉଠିଛି ବାବା ଲିଙ୍ଗରାଜଙ୍କ ମହାଦୀପ  । ହରିବୋଲ-ହୁଳହୁଳିରେ କମ୍ପିଛି ଲିଙ୍ଗରାଜ ପୀଠ  । ବାବାଙ୍କ ମହାଦୀପର ସାନିଧ୍ୟ ପାଇବାକୁ ବ୍ୟାକୁଳ ରହିଥିଲେ ଲକ୍ଷାଧିକ ଭକ୍ତ-ଶ୍ରଦ୍ଧାଳୁ  । ହାତରେ ଦୀପ-ତୁଣ୍ଡରେ ଶିବନାମକୁ ଉଚ୍ଚାରଣ କରୁଥାନ୍ତି ଅସଂଖ୍ୟ ଭକ୍ତ  । ମନର ଦେବତାକୁ ହଦୃୟରେ ପୁଜୁଥାନ୍ତି ସଭିଏ  । ଭକ୍ତିମୟ ପରିବେଶ ଆକୃଷ୍ଟ କରୁଥିଲା  । ଦିବ୍ୟ ଉପାସନାରେ ଆକୃଷ୍ଟ ଭକ୍ତ  ।

ଦୀର୍ଘ ସମୟର ଅପେରକ୍ଷା ପରେ ଉଠିଛି ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ  । ପ୍ରଥମେ ମନ୍ଦିର ବେଢା ପରିକ୍ରିମା କରିବା ପରେ ମହାଦୀପ ଉଠିଛି  । ଅସଂଖ୍ୟ ଭକ୍ତଙ୍କ ହରିବୋଲ ହୁଳହୁଳିରେ ମନ୍ଦିର ଉପରକୁ ଉଠିଛି ମହାଦୀପ  । ଚଳିତବର୍ଷ ବିଳମ୍ବରେ ଉଠିଛି ମହାଦୀପ  । ରାତି ୧.୫ ମିନିଟରେ ମହାଦୀପ ଉପରକୁ ଉଠିଥିଲା  ।

ମନ୍ଦିରରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି  । ଶାନ୍ତି ଶୃଙ୍ଖଳାର ସହ ଭଗବାନଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି  । ମନ୍ଦିରର ବେଢାରେ ଭକ୍ତଙ୍କ ଗହଳି ଅତ୍ୟନ୍ତ ହୃଦୟସ୍ପର୍ଶୀ  । ସମସ୍ତେ ମାନସିକର ଦୀପକୁ ପ୍ରଭୁଙ୍କ ପାଖରେ ସମର୍ପି ଦେଇଛନ୍ତି  । ପୋଲିସ-ଅଗ୍ନିଶମ ଏବଂ ମନ୍ଦିର ପ୍ରଶାସନର ଟିମ୍ ନିୟୋଜିତ ରହିଛନ୍ତି  ।