ନକଲି ରେମଡେସିଭିର ଇଂଜକ୍ସନ ନେଇଥିବା ୯୦ ପ୍ରତିଶତ କରୋନା ମୁକ୍ତ,କେମିତି ପୋଲିସ ଦାଏର କରିବ ହତ୍ୟା ମାମଲା ?

ଭୋପାଳ: ମଧ୍ୟପ୍ରଦେଶରେ ନକଲି ରେମଡିସିଭିର ଇଂଜକେ୍ସନ ନେଇଥିବା ୯୦ ପ୍ରତିଶତ କରୋନା ଭାଇରସ ଓ ଫୁସଫୁସ ସଂକ୍ରମଣକୁ ହରାଇବାରେ ସଫଳ ହୋଇଛନ୍ତି । ଯାହା ପୋଲିସକୁ ମଧ୍ୟ ଚକିତ କରିଦେଇଛି । ଏବେ ମଧ୍ୟପ୍ରଦେଶ ପୋଲିସର ଚିନ୍ତା ଯେ, କେମିତି ନକଲି ଇଂଜକସନ ବିକ୍ରି କରିଥିବା ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜ କରିବ ସୂଚନାଯୋଗ୍ୟ ଯେ, ଇନ୍ଦୋର ଓ ଜବଲପୁରରେ ନକଲି ରେମଡେସିଭିର ବିକ୍ରିକାରୀଙ୍କ ବିରୋଧରେ ହତ୍ୟା ମାମାଲ ଦାଏର କରିବାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଦେଶ ଦେଇଥିଲେ । ତେବେ ପୋଲିସ ପାଇଁ ଚ୍ୟାଲେଂଜ୍ ହେଉଛି ଯେ, ଯେଉଁମାନେ ନକଲି ଇଂଜକସନ ନେଇଥିଲେ ସେମାନଙ୍କ ମଧ୍ୟରୁ ୧୦ ଜଣ ପ୍ରାଣ ହରାଇଥିଲେ । ବାକି ୯୦ପ୍ରତିଶତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଯେଉଁ ୧୦ ଜଣ ସୁସ୍ଥ ହୋଇଥିଲେ ସେମାନଙ୍କ ଦାହ ସଂସ୍କାର ସରିଛି । ଏମିତିରେ ପୋଲିସ ପୋଷ୍ଟମର୍ଟମ କରିବା ସମ୍ଭବ ନୁହେଁ ।

ଯେଉଁ ଗ୍ୟାଙ୍ଗକୁ ନକଲି ଇଂଜକସନ୍ ବିକ୍ରି ଅଭିଯୋଗରେ ଗିରଫ କରାଯାଇଥିଲା,ସେହି ଗ୍ରୁପର ସମ୍ପର୍କ ଗୁଜୁରାଟ ସହିତ ଥିଲା । ଗୁଜୁରାଟରୁ ନକଲି ରେମଡେସିଭିର ଆଣି ସେମାନେ ମଧ୍ୟପ୍ରଦେଶରେ ବିକ୍ରି କରୁଥିଲେ । ସେମାନଙ୍କ ଇଂଜକସନ୍ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଇନ୍ଦୋରରେ ୧୦ ଜଣ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ୧୦୦ ଜଣ ସୁସ୍ଥ ହୋଇ କରୋନାକୁ ମାତ୍ ଦେଇଛନ୍ତି । ମୃତଙ୍କ ଶବ ଦାହ ହୋଇଥିବାରୁ ଇଂଜକସନ କାରଣରୁ ସେମାନେ ପ୍ରାଣ ହରାଇଥିବା ପ୍ରମାଣ କରିବା ପୋଲିସ ପାଇଁ ଚ୍ୟାଲେଂଜ୍ ହୋଇପାରେ । ଏନେଇ ମଧ୍ୟପ୍ରଦେଶ ପୋଲିସ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ପତ୍ର ଲେଖିଛି ।

ସୂଚନାଯୋଗ୍ୟ ଯେ, ଏହି ଗ୍ୟାଙ୍ଗ୍ କେବଳ ଗ୍ଲୁକୋଜ୍ ଓ ଲୁଣ ପାଣିକୁ ରେମଡେସିଭିର କହି ବିକ୍ରି କରୁଥିଲେ । ଇନ୍ଦୋରରେ ୭୦୦ ଓ ଜବଲପୁରରେ ଗ୍ୟାଙ୍ଗ୍ ୫୦୦ ଇଂଜକସନ୍ ବିକ୍ରି କରିଥିଲା । ଏବେ ପୋଲିସ ସ୍ୱାସ୍ଥ୍ୟ ବିଭାଗକୁ ପତ୍ର ଲେଖି କହିଛି ଯେ, କେବଳ ଗ୍ଲୁକୋଜ୍ ଓ ଲୁଣପାଣିରେ କେମିତି ଫୁସଫୁସ ସଂକ୍ରମଣ ଭଲ ହେଲା ତାହାର ତଦନ୍ତ ହେଉ ।

Leave a Reply