ଲଞ୍ଚ ହେଲା ‘ମେଡ୍ ଇନ୍ ଇଣ୍ଡିଆ’ ସୋସିଆଲ୍ ମିଡିଆ ଆପ୍ ଏଲିମେଣ୍ଟସ୍, ଉପରାଷ୍ଟ୍ରପତି କଲେ ଲଞ୍ଚ
1 min readନୂଆଦିଲ୍ଲୀ: ଦେଶର ପ୍ରଥମ ଅଫିସିଆଲ୍ ସୋସିଆଲ୍ ମିଡିଆ ଆପ୍ ଏଲିମେଣ୍ଟସ୍କୁ ରବିବାର ଦିନ ଲଞ୍ଚ କରାଯାଇଛି । ଦେଶର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ନୂତନ ସୋସିଆଲ ମିଡିଆ ଆପ୍ ଲଞ୍ଚ କରିଛନ୍ତି । ଏହି ଆପକୁ ଏକ ହଜାରରୁ ଅଧିକ ଆଇଟି ପ୍ରଫେସନାଲଙ୍କ ଦ୍ୱାରା ବିକଶିତ କରାଯାଇଛି । ଆଇଟି ପ୍ରଫେସନାଲ ମାନେ ମଧ୍ୟ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଆର୍ଟ ଅଫ୍ ଲିଭିଂ ସଂଗଠନର ସ୍ୱେଚ୍ଛାସେବୀ ଅଛନ୍ତି ।
ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏହି ଆପ୍ ଉନ୍ମୋଚନ କରିବା ସମୟରେ କହିଛନ୍ତି, ‘ଭାରତ ହେଉଛି ଏକ ଆଇଟି ପାୱାରହାଉସ୍ ଏବଂ ଏହି କ୍ଷେତ୍ରରେ ଆମର ଦୁନିଆର କିଛି ଜଣାଶୁଣା ବ୍ୟକ୍ତି ଅଛନ୍ତି । ଏତେ ପ୍ରତିଭାଶାଳୀ ବୃତ୍ତିଗତଙ୍କ ସହ, ମୁଁ ଭାବୁଛି ଆଗାମୀ ଦିନରେ ଆମେ ଏହିପରି ଅଧିକ ଉଦ୍ଭାବନ କରିବା ଉଚିତ୍। ‘
ସୋସିଆଲ ମିଡିଆ ଦୁନିଆରେ ଏହି ଆପ୍ ଫେସବୁକ୍, ହ୍ୱାଟସ୍ ଆପ୍ ଏବଂ ଇନଷ୍ଟାଗ୍ରାମ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହି ଆପ୍ ବର୍ତ୍ତମାନ ୮ ଟି ଭାଷାରେ ଉପଲବ୍ଧ ଏବଂ ଗୁଗୁଲ୍ ପ୍ଲେ ଷ୍ଟୋରରେ ୧ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ ହୋଇଛି । ପ୍ଲେ ଷ୍ଟୋର ଅନୁଯାୟୀ, ଏହି ଆପ୍ ମାଧ୍ୟମରେ ଉପଭୋକ୍ତାମାନେ ନିଜ ସାଙ୍ଗମାନଙ୍କ ସହିତ ସଂଯୋଗ ହୋଇପାରିବେ ଏବଂ ଚାଟ୍ କରିପାରିବେ ।
आज गुरु पूर्णिमा के पावन अवसर पर एलीमेंट्स मोबाइल एप्प का लोकार्पण करने का सुयोग प्राप्त हुआ। आत्म निर्भरता की दिशा में यह महत्वपूर्ण कदम रखने के लिए, इससे शुभ संयोग नहीं हो सकता है। pic.twitter.com/iywId42Zw4
— Vice President of India (@VPIndia) July 5, 2020
ଏହା ବ୍ୟତୀତ, ଆପଣ ଅସୀମିତ ଭଏସ୍ ଏବଂ ଭିଡିଓ କଲ୍ ଉପଭୋଗ କରିବେ । ଆପ୍ ବିକାଶକାରୀମାନେ କହିଛନ୍ତି ଯେ ଗୋପନୀୟତାକୁ ଦୃଷ୍ଟିରେ ରଖି ଏହାର ସମସ୍ତ ସର୍ଭର ଭାରତରେ ରହିଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏକ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଘୋଷଣା କରିଥିଲେ। ଏହା ଅଧୀନରେ ଦେଶରେ ଆପ୍ ବିକାଶ କରିବାକୁ ଉଦ୍ୟୋଗୀ ଏବଂ ଉଦ୍ଭାବକ ମାନଙ୍କୁ ନିବେଦନ କରାଯାଇଥିଲା ।