spot_img

Latest Posts

ଯୋଗୀ ରଚିଲେ ନୂଆ ଇତିହାସ, ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ନେଲେ ଶପଥ

ଲକ୍ଷ୍ନୌ: ୟୁପିରେ ଯୋଗୀଙ୍କ ଦ୍ୱିତୀୟ ଇନିଂସ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଯୋଗୀ ଆଦିତ୍ୟନାଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରାୟ ୫୦ ହଜାର ଅତିଥିଙ୍କ ଉପସ୍ଥିତିରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଯୋଗୀଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଯୋଗୀଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ଭାବେ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରିଜେଶ ପାଠକ ଶପଥ ଗ୍ରହଣ କରିଛନ୍ତି । ଏଥିସହ ଯୋଗୀ କ୍ରମାଗତ ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିଛନ୍ତି । ଗତ ୩୫ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ ରାଜନୀତିରେ କୌଣସି ଦଳକୁ ଲଗାତାର ୨ଥର ବହୁମତ ମିଳିଥିବା ବେଳେ ସରକାର ଗଢିବାକୁ ସକ୍ଷମ ହୋଇଛନ୍ତି ।

Lucknow Oath Taking Of CM Yogi Adityanath

ଯୋଗୀଙ୍କ ବ୍ୟତୀତ ଆଜି ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ଆଉ ୫୨ ଜଣ ମଧ୍ୟ ଶପଥ ନେଇଛନ୍ତି । ଏମାନଙ୍କ ମଧ୍ୟରୁ ୧୮ ଜଣ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି । ସେହିପରି ଯୋଗୀଙ୍କ ନୂଆ ଟିମ୍‌ରେ ୫ ଜଣ ମହିଳା ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବାରାଣସୀରୁ ୩ ଜଣ ବିଧାୟକ ଯୋଗୀଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ମୋଦିଙ୍କ ଘନିଷ୍ଠ ଏକେ ଶର୍ମା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ବାଦ ବିଜେପିର ୟୁପି ମୁଖ୍ୟ ସ୍ୱତନ୍ତ୍ର ଦେବ ମଧ୍ୟ ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି ।

Lucknow Oath Taking Of CM Yogi Adityanath

ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ଏହି ଭବ୍ୟ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଭିକେ ସିଂହ. ସ୍ମୃତି ଇରାନୀଙ୍କ ସହିତ ଅନେକ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଥିଲେ । ଏଥିସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା, ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସମେତ ଅନେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।

Latest Posts

Don't Miss