ରାଜଧାନୀବାସୀଙ୍କୁ ସୁବିଧା, ମିସଡ କଲ କଲେ ଘରେ ପହଁଚିବ ଗ୍ୟାସ

1 min read

ଭୁବନେଶ୍ୱର: ନୂଆବର୍ଷରୁ ନୂଆ ନିୟମ । ଏଣିକି ନିର୍ଦ୍ଦିଷ୍ଟ ଫୋନ ନମ୍ବରକୁ ମିସ୍ଡ କଲ କଲେ ଭୁବନେଶ୍ୱର ବାସୀଙ୍କୁ ମିଳିପାରିବ ନୂଆ ଗ୍ୟାସ ସଂଯୋଗ । ପୁର୍ବରୁ କେବଳ ମିସକଲ କଲେ ଗ୍ରାହକଙ୍କୁ ଗ୍ୟାସ ରିଫିଲିଂ ସୁବିଧା ମିଳୁଥିଲା । କିନ୍ତୁ ଭୁବନେଶ୍ୱରରେ ଏବେ ମିସ୍ଡ କଲ କଲେ ମିଳିପାରିବ ଗ୍ୟାସ ।

ନବବର୍ଷରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱତନ୍ତ୍ର ଫୋନ ନମ୍ବର 8454955555 ରେ ମିସ୍ କଲ୍ କଲେ ରିଫିଲିଂ ସହିତ ବୁକିଂ ପାଇଁ ପଞ୍ଜୀକରଣ ହୋଇପାରିବ । ଭୁବନେଶ୍ୱରରେ ଇଣ୍ଡିଆନ ଅଏଲ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଭୁବନେଶ୍ୱର ସମେତ ଦେଶର ଆଉ ଅଧିକ ୭ଟି ସହରରେ ଅଧିକ ଗୁଣାବତ୍ତା ଯୁକ୍ତ XP-100 ଇନ୍ଧନ ଶୁକ୍ରବାର ଠାରୁ ଉପଲବ୍ଧ ହୋଇଛି । ଏହା ସହିତ ଦେଶର ବହୁ ପୁରାତନ ଆସାମର ଦିଗଵୋଇ ରିଫାଇନାରୀରୁ XP-100 ର ଦ୍ୱିତୀୟ ପର୍ଯ୍ୟାୟ ଫୁଏଲର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଗତ 6 ବର୍ଷରେ ଓଡ଼ିଶାରେ ଏଲପିଜି କନେକ୍ସନ 22 ପ୍ରତିଶତରୁ ବଢି ଏବେ 80 ପ୍ରତିଶତ ପହଞ୍ଚିଛି । ଏଥିରୁ ଅଧିକ ମହିଳାମାନେ ଲାଭବାନ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Leave a Reply