ଗୁପ୍ତା ସୁଇଟ୍ସରେ ଗ୍ୟାସ୍ ବିସ୍ଫୋରଣ, କର୍ମଚାରୀଙ୍କ ସହ ଗ୍ରାହକ ଆହତ

ଭୁବନେଶ୍ୱର: କଟକ ରୋଡରେ ଥିବା ଗୁପ୍ତା ସୁଇଟ୍ସ ଓ ଚାଟ୍ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ରୋଷେଇ କରୁଥିବା ସମୟରେ ଗ୍ୟାସ୍ ଲିକ୍ ହୋଇ ବିସ୍ଫୋରଣ ଘଟିଛି । ୨ରୁ ୩ଟି ସିଲିଣ୍ଡର ବିସ୍ଫୋରଣ ହୋଇଛି । ସିଲିଣ୍ଡର ବିସ୍ଫୋରଣରେ ଅଞ୍ଚଳ ଥରି ଉଠିଥିଲା । ଏଥିରେ ୨ରୁ ୩ଜଣ ଆହତ ହୋଇଛନ୍ତି ।
ଆହତଙ୍କୁ କ୍ୟାପଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ କ୍ଷୟକ୍ଷତିର ଆକଳନ ଚାଲିଛି । ହୋଟେଲ କର୍ମଚାରୀଙ୍କ ସହ ଖାଇ ବସିଥିବା କିଛି ଗ୍ରାହକ ଆହତ ହୋଇଥିବା ସୂଚନା ମିଳିଛି । ସିଲିଣ୍ଡର ବିସ୍ଫୋରଣ ପରେ ନିଆଁ ହୁତହୁତ୍ ହୋଇ ଜଳିଥିଲା । ସମଗ୍ର ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା ।