ଲଭ୍ ଜିହାଦ ମାମଲାରେ ପୋଲିସ ହାତରେ ସାଂଘାତିକ ତଥ୍ଯ, ହିନ୍ଦୁ ଝିଅଙ୍କୁ ବିବାହ କଲେ ମିଳୁଥିଲା ମୋଟା ଅଙ୍କର ଟଙ୍କା
1 min readଭୁବନେଶ୍ବର: ଲଭ ଜିହାଦ କେସରେ ପୋଲିସ ହାତରେ ସାଙ୍ଘାତିକ ତଥ୍ୟ । ହିନ୍ଦୁ ଝିଅଙ୍କୁ ବିବାହ କଲେ ମିଳୁଥିଲା ମୋଟା ଅଙ୍କର ଟଙ୍କା । ଅଭିଯୁକ୍ତ ମୋବାଇଲରେ ପୁଳା ପୁଳା ଅଶ୍ଳୀଳ ଭିଡିଓ । ଅପଲୋଡ଼ ଭିଡିଓ ଡିଲିଟ ପାଇଁ ଇନଷ୍ଟାଗ୍ରାମକୁ ଚିଠି ଲେଖିଲା କମିଶନରେଟ ପୋଲିସ । ସେପଟେ ରିମାଣ୍ଡରେ ଖୁବଶୀଘ୍ର ଆସିପାରେ ଅଭିଯୁକ୍ତ ସମୀର ।
ହିନ୍ଦୁ ଝିଅଙ୍କୁ ବିବାହ କରିବାରୁ ମୁସଲିମ ସମ୍ପ୍ରଦାୟରୁ ମିଳୁଥିଲା ଟଙ୍କା । ଏକାଧିକ ଯୁବତୀଙ୍କ ସହ ସମ୍ପର୍କରେ ଥିଲା କି ସମୀର ? ମିଠା ମିଠା କଥା କହି ହିନ୍ଦୁ ଯୁବତୀଙ୍କୁ ପ୍ରେମରେ ଫସାଉଥିଲା କି ? ଡିଜିଟାଲ ଡିଭାଇସ ଜବତ ପରେ ପୋଲିସ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ହିନ୍ଦୁ ଯୁବତୀଙ୍କୁ ପ୍ରେମ ଫାଶରେ ଫଶାଇ ମୁସଲିମ ଧର୍ମ ଅପଣାଇବାକୁ ବାଧ୍ୟ କରିବା ଅଭିଯୋଗରେ ଗିରଫ ହୋଇଛି ସମୀର ମନସୁର । ମେଡିକାଲ ଯାଞ୍ଚ ପରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ବିହାରର ପୂର୍ବ ଚମ୍ପାରନ ଜିଲ୍ଲାରେ ଜନ୍ମିତ ସମୀର କାଶ୍ମୀରରେ ଇଲେକ୍ଟ୍ରିକ ମେକାନିକ ଭାବେ କାମ କରୁଥିଲା । ୨୦୨୨ରେ ଫ୍ରି ଫାୟାର ଗେମ ଖେଳୁଥିବା ବେଳେ ଜଗତସିଂହପୁର ଜିଲ୍ଲାର ଜଣେ ଉଚ୍ଚ ଶିକ୍ଷିତା ଝିଅଙ୍କ ସହ ପ୍ରେମ କରିବାର ଅଭିନୟ କରିଥିଲା । ଓଡିଶା ଆସି ପୁରୀର ବିଭିନ୍ନ ହୋଟେଲରେ ଶାରିରୀକ ସମ୍ପର୍କ ରଖି ବିବାହର ପ୍ରଲୋଭନ ଦେଖାଇଥିଲା । କିନ୍ତୁ ବଡ଼ କଥା ହେଉଛି ଯୁବକ ଜଣଙ୍କ ମୁସଲିମ ବୋଲି ଜାଣିବା ପରେ ଏହି ସମ୍ପର୍କକୁ ପ୍ରତ୍ୟାଖ୍ୟାନ କରିଥିଲେ ଯୁବତୀ । ଯେଉଁଥି ପାଇଁ ଜୋର ଜବରଦସ୍ତ ତାଙ୍କୁ କାଶ୍ମୀର ନେଇଯାଉଥିବା ବେଳେ କାବୁ କରିଥିଲା ପୋଲିସ ।
ବଳିଷ୍ଠ ପ୍ରମାଣ ହିସାବରେ ପୋଲିସ ବର୍ତ୍ତମାନ ଡିଜିଟାଲ ଡିଭାଇସକୁ ଗ୍ରହଣ କରିଛି । ସମୀରଙ୍କ ଦୁଇଟି ମୋବାଇଲ ଜବତ ହୋଇଛି । ଯେଉଁ ମୋବାଇଲରୁ ଅନେକ ଅଶ୍ଳୀଳ ଭିଡିଓ ଥିବା ଦେଖିବାକୁ ମିଳିଛି । ତେଣୁ କେବଳ ଜଣେ ଯୁବତୀ ନୁହେଁ, ଏକାଧିକ ଯୁବତୀଙ୍କ ସହ ସେ ଏଭଳି ଘଟାଇଥିବା ପୋଲିସକୁ ସୂଚନା ମିଳିଛି । ଜବତ ମୋବାଇଲକୁ SFSL କୁ ପଠାଯାଇଛି । ଅପଲୋଡ ହୋଇଥିବା ଭିଡିଓକୁ ଡିଲିଟ ପାଇଁ ଇନଷ୍ଟାଗ୍ରାମକୁ ଲେଖାଯାଇଛି । ହିନ୍ଦୁ ଝିଅଙ୍କୁ ବିବାହ କଲେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ମୋଟା ଅଙ୍କର ଅର୍ଥ ମିଳୁଥିବାରୁ ଲୋଭର ବସବର୍ତ୍ତୀ ହୋଇଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ତେଣୁ ଅଧିକ ତଥ୍ୟ ପାଇଁ ଆବଶ୍ୟକ ସ୍ଥଳେ ପୋଲିସ ପରିବାର ସଦସ୍ୟଙ୍କ ସହ କଥା ହେବା ସହ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବ ବୋଲି କହିଛନ୍ତି ଡିସିପି ।
ଯଦି ଆଉ କୌଣସି ଯୁବତୀ ଏଭଳି ଶିକାର ହୋଇଥାନ୍ତି, ତେବେ ତୁରନ୍ତ ନିକଟସ୍ଥ ଥାନାରେ ଏତଲା କଲେ ତାଙ୍କ ନାମ ଓ ଠିକଣା ଗୋପନ ରଖାଯିବ ବୋଲି କହିଛନ୍ତି ଡିସିପି ।